Jai Odisha
News

21 ପର୍ଯ୍ୟନ୍ତ କାଳବୈଶାଖୀ

ରାଜ୍ୟରେ ଆସନ୍ତା 21 ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ଲାଗି ରହିବ ବର୍ଷା | କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ର ସମ୍ଭାବନା ମଧ୍ୟ ରହିଛି | 19 ରୁ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶା ର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା | କିଛି ସ୍ଥାନରେ ପ୍ରବଳ ବର୍ଷା ସହ 50-60 କିମି ପବନ ବହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | ଆଗାମୀ 7 ଦିନ ରାଜ୍ୟରେ ଦିନ ତାପମାତ୍ରା 3-4 ଡିଗ୍ରୀ ହ୍ରାସ ପାଇବା ସହ ରାତି ତାପମାତ୍ରା ମଧ୍ୟ କମିବ | ଆଜି ବୌଦ୍ଧ , ମୟୁରଭଞ୍ଜ , ଢେଙ୍କାନାଳ, କଳାହାଣ୍ଡି, ନୟାଗଡ଼ କଟକ ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ | 20 ଓ 21 ରେ ଉପକୂଳ ଓଡିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି | ଏଥିପ୍ରତି ସତର୍କ ଜାରି କରିଛନ୍ତି ରିଲିଫ କମିଶନର | ବ୍ରଜପାତ ରୁ ରକ୍ଷା ପାଇଁ ଜିଲାପାଳଙ୍କୁ କୁହାଯାଇଛି | ୟେଲୋ ୱାଣ୍ଣିଙ୍ଗ ଜାରି ରହିଥିବା ଜିଲ୍ଲାଗୁଡ଼ିକୁ ପ୍ରଶାସନ ପ୍ରସ୍ତୁତି ରହିବାକୁ ମଧ୍ୟ କୁହାଯାଇଛି |

Leave A Reply

Your email address will not be published.