Jai Odisha
News

ପୁଣି ଅସୁବିଧାରେ ପଡ଼ିଲେ ରାଜ୍ ଓ ଶିଳ୍ପା : ଜବତ୍ ହେଲା ୯୭.୭୯କୋଟି ଟଙ୍କାର ସମ୍ପତ୍ତି

ପୁଣି ଚର୍ଚ୍ଚାରେ ଶିଳ୍ପା ଓ ରାଜ୍ । ବିଟକଏନ୍ ପୋଞ୍ଜି ସ୍କିମ୍ ମାମଲାରେ ଦମ୍ପତ୍ତିଙ୍କ ୯୭.୭୯କୋଟି ଟଙ୍କାର ସମ୍ପତ୍ତି ଜବତ୍ । ସୂଚନା ଅନୁଯାୟୀ ବିଟକଏନ୍ ପୋଞ୍ଜି ସ୍କିମ୍ ମାମଲାରେ ଇଡିର ମୁମ୍ବାଇ ଶାଖା ଚଗଖଇ ଅଧିନିୟମ ଅନୁଯାୟୀ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି। ଜବତ ହୋଇଥିବା ସମ୍ପତ୍ତିରେ ଜୁହୁର ଏକ ବଙ୍ଗଳା ଅନ୍ତର୍ଭୁକ୍ତ ଯାହାକି ଶିଳ୍ପା ଶେଟ୍ଟୀଙ୍କ ନାମରେ ରହିଛି, ଏବଂ ପୁଣେର ଏକ ବଙ୍ଗଳା ମଧ୍ୟ ଏଥିରେ ସାମିଲ ରହିଛି । ଏହା ବ୍ୟତୀତ ରାଜ କୁନ୍ଦ୍ରଙ୍କ ନାମରେ ଇଡି ମଧ୍ୟ କିଛି ଅଂଶଧନ ଜବତ କରିଛି। ମହାରାଷ୍ଟ୍ରରେ ପଞ୍ଜୀକୃତ ବିଭିନ୍ନ ଏଫ୍ଆଇଆର୍ ଆଧାରରେ ଚଗଖଇ ଅଧୀନରେ ଇଡି ଅନୁସନ୍ଧାନ ଆରମ୍ଭ କରିଛି।
ଅଭିଯୋଗ ହେଉଛି ଯେ ମେସର୍ସ ଭାରିଏବଲ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍, ସ୍ୱର୍ଗୀୟ ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ଏବଂ ଅନ୍ୟାନ୍ୟ ଏମଏଲଏମ ଏଜେଣ୍ଟମାନେ ମିଥ୍ୟା ପ୍ରତିଶ୍ରୁତି ଆଧାରରେ ନିବେଶକଙ୍କଠାରୁ ପ୍ରାୟ ୬୬୦୦ କୋଟି ଟଙ୍କା ମୂଲ୍ୟର ବିଟକଏନ୍ ୨୦୧୭ରେ ହାସଲ କରିଛନ୍ତି। କୁନ୍ଦ୍ରା ଅନ୍ୟ ଲୋକଙ୍କ ସହ ମିଶି ଜନତାଙ୍କଠାରୁ ବିଟ୍‌କଏନ୍ ଭାବେ ପ୍ରତି ମାସରେ ୧୦%ର ରିଟର୍ନକୁ ନେଇ ମିଥ୍ୟ ପ୍ରତିଶ୍ରୁତି ଦେଇ ଟଙ୍କା ହଡ଼ପ କରିଛନ୍ତି। ଯାଞ୍ଚରେ ଜଣାପଡ଼ିଛି ଯେ ୟୁକ୍ରେନ୍‌ରେ ବିଟ୍‌କଏନ ମାଇନିଂ ଫାର୍ମ ସ୍ଥାପନ କରିବା ଲାଗି ବିଟକଏନ୍ ଘୋଟାଲାର ମାଷ୍ଟରମାଇଣ୍ଡ ଏବଂ ପ୍ରମୋଟର ଅମିତ ଭରଦ୍ୱାଜଙ୍କଠାରୁ ତାଙ୍କୁ ୨୮୫ ବିଟକଏନ୍ ମିଳିଛି।

Leave A Reply

Your email address will not be published.