Jai Odisha
News

ରାମେଶ୍ଵରମ କ୍ୟାଫେର ବିସ୍ପୋରଣର ସନ୍ଦିଗ୍ଧ ଅଭିଯୁକ୍ତ ସିସିଟିଭିରେ କଏଦ

ବେଙ୍ଗାଲୁରୁର ରାମେଶ୍ଵରମ କ୍ୟାଫେରେ ଏକ ଭୟଙ୍କର ବିସ୍ପୋରଣ ହୋଇଥିଲା । ଏହି ବିସ୍ପୋରଣରେ ପ୍ରାୟ ୫ ରୁ ଅଧିକ ଜଣ ଆହତ ହୋଇଥିଲେ । ବିସ୍ପୋରଣରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ବିସ୍ପୋରଣ କରିଥିବା ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ରାମେଶ୍ଵରମ କ୍ୟାଫେରେ ବିସ୍ପୋରଣ ହେବାପରେ ପୋଲିସ ଘଟଣାର ତନାଘନା ଯାଞ୍ଚ କରୁଛି । କ୍ୟାଫେ ସିସିଟିଭି ଫୁଟେଜ ଓ  କ୍ୟାଫେର ଆଖପାଖ ସିସିଟିଭି ଫୁଟେଜରୁ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି । ପୋଲିସ ସିସିଟିଭି ଫୁଟେଜରୁ ଜଣଙ୍କୁ ସନ୍ଦେହ କରୁଥିବା ସୂଚନା ମିଳିଛି । ପୋଲିସ ସନ୍ଦେହ କରୁଥିବା ଅଭିଯୁକ୍ତ ଜଣଙ୍କ ରମେଶ୍ବରମ୍ କ୍ୟାଫେକୁ ଆସି ଖାଇବାକୁ ଅର୍ଡର ମଧ୍ୟ କରିଥିଲେ । ହାତ ଧୋଇବା ପାଇଁ ବେସିନ ପାଖକୁ ଗୋଟେ ବ୍ୟାଗ ସେଠି ରଖି ଦେଇ । ଆଉ କିଛି ନ ଖାଇ କାଫେ ଭିତରୁ ବାହାରକୁ ଆସିଲା । ସେ ବାହାରକୁ ଆସିବା ପରେ କାଫେରେ ବିସ୍ପୋରଣ ହୋଇଥିଲା । ସିସିଟିଭି ଫୁଟେଜରେ ସନ୍ଦିଗ୍ଧଙ୍କର ସମସ୍ତ କାର୍ଯ୍ୟ କଏଦ ହୋଇ ରହିଛି । ପୋଲିସ ଏହି ଘଟଣାରେ ଅନେକ ଲୋକଙ୍କୁ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.