Jai Odisha
News

RBI ମୁଦ୍ରା ନୀତି୨୦୨୨: ରେପୋ ଓ ରିଭର୍ସ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୧୦।୨: ଆଜି ବର୍ଷ ୨୦୨୨-୨୩ ପାଇଁ ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆର ମନିଟାରି ପଲିସି ବା ମୁଦ୍ରା ନୀତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି।  ବୈଠକ ରେ  ରେପୋରେଟ୍ କୁ ନେଇ ବଡ଼ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।   ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏଥର ମଧ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । କ୍ରମାଗତ ୧୦ମ ଥର ପାଇଁ ଆରବିଆଇ ରେପୋ ଓ ରିଭର୍ସ ରେଟ ଅପରିବର୍ତ୍ତିତ ରଖିଛି। ପୂର୍ବ ବର୍ଷ ଭଳି ବର୍ଷ ୨୦୨୨-୨୩ରେ ରେପୋରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ରହିଛି । ତେବେ ଚଳିତ ବର୍ଷ ଏମଏସଏଫ୍ ଓ ବ୍ୟାଙ୍କ ହାର ମଧ୍ୟ ୪.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।  ଆସନ୍ତା ଆର୍ଥିକ ବର୍ଷରେ ୭.୮ ଜିଡିପି ଅଭିବୃଦ୍ଧିର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ରେପୋରେଟ୍‌କୁ ଅପରିବର୍ତ୍ତିତ ରଖିଥିବା ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.