Jai Odisha
News

ତାତିରୁ ମିଳିବ ନାହିଁ ତ୍ରାହି: ସାଢେ ୨ଟା ସୁଦ୍ଧା ୪୩.୬ ଡିଗ୍ରୀ ରେକର୍ଡ

ଆହୁରି କଲବଲ କରିବ ତାତି । ରାତିରେ ବି ମିଳିବ ନାହିଁ ତ୍ରାହି । ପ୍ରବଳ ଖରାରୁ ନିସ୍ତାର ନାହିଁ । ରାଜ୍ୟରେ ଅସମ୍ଭାଳ ତାତି ଜାରି ରହିଛି। ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି।  ଦିନ ୧୧ରୁ ତାପମାତ୍ରା ୪୦ ଡିଗ୍ରୀ ଡେଉଁଛି। ବୁଧବାର ରାଜ୍ୟର ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ପହଞ୍ଚିଥିବା ବେଳେ ଆଜି ତାହା ମଧ୍ୟ ଟପିଯିବ ବୋଲି ଆଶଙ୍କା କରାଯାଉଛି।ଗୁରୁବାର ଭୁବନେଶ୍ୱରର ତାପମାତ୍ରା ସାଢେ ୨ଟା ସୁଦ୍ଧା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୬, ବାଲେଶ୍ୱର ୪୨.୨, ସମ୍ବଲପୁର ୪୧.୭, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨, କେନ୍ଦୁଝର ୪୦.୯ ଏବଂ ରାଉକେଲା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.