Jai Odisha
News

ଅପରେସନ ଥିଏଟରରେ ରିଲ୍ସ ବନାଇବା ପଡ଼ିଲା ମହଙ୍ଗା , ଚାକିରିରୁ ବିଦା ହେଲେ ୩ ନର୍ସ ।

ଆଜିକାଲି ରିଲ୍ସର ଟ୍ରେଣ୍ଡ ଏତେ ବୃଦ୍ଧି ପାଇଛି ଯେ ଲୋକମାନେ ସ୍ଥାନ କାଳ ପାତ୍ର ଦେଖନ୍ତି ନାହିଁ । ବର୍ତ୍ତମାନ ଏହାର ନିଶା ଏମିତି ଘାରିଛି ଯେ ଏହା ପାଇଁ ଲୋକମାନେ ନିଜର କ୍ଷତି କରିବାକୁ ପଛାଉନାହାନ୍ତି । ଏହିପରି ଏକ ଘଟଣା ଘଟିଛି ଛତିଶଗଡର ରାଜଧାନୀ ରାୟପୁରର ଏକ ଜଣାଶୁଣା ହସ୍ପିଟାଲରେ । ତିନି ନର୍ସ ଛତିଶଗଡର ବୃହତ୍ତମ ଡାକ୍ତରଖାନା ଡି.କେ.ଏସ୍ ସରକାରୀ ସୁପର ସ୍ପେସିଆଲିଟି ହସ୍ପିଟାଲ ର ଅପରେସନ୍ ଥିଏଟରରେ ରିଲ୍ସ ବନାଇ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । କିନ୍ତୁ ଏହି ଇନଷ୍ଟା ରିଲ୍ ସେମାନଙ୍କ ପାଇଁ ମହଙ୍ଗା ପଡ଼ିଲା । କାରଣ ଏହି ଭିଡ଼ିଓ ଭାଇରାଲ ହେବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ସମସ୍ତ ତିନି ନର୍ସଙ୍କୁ ନିଲମ୍ବିତ କରାଯାଇଛି । ପୁଷ୍ପା ସାହୁ, ତେଜକୁମାରୀ ସାହୁ ଏବଂ ତୃପ୍ତି ଦାସର ନାମକ ତିନିଜଣ ନର୍ସ ଡି.କେ.ଏସ୍ ସରକାରୀ ସୁପର ସ୍ପେସିଆଲିଟି ହସ୍ପିଟାଲର ଅପରେସନ୍ ଥିଏଟରରେ ହସ୍ପିଟାଲ୍ ୟୁନିଫର୍ମରେ ରିଲ୍ ତିଆରି କରିଥିଲେ। ଏକ ଲୋକପ୍ରିୟ ଗୀତରେ ନାଚୁଥିବା ବେଳେ ତିନିଜଣ ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସମସ୍ତ ତିନି ନର୍ସ ସବୁଜ ରଙ୍ଗର ହସ୍ପିଟାଲର ଡ୍ରେସ ଏବଂ ମୁଣ୍ଡରେ କ୍ୟାପ ପିନ୍ଧିଥିବାର ନଜର ଆସିଛନ୍ତି। ଅଭିଯୋଗ ହୋଇଛି ଯେ ଏହି ନର୍ସମାନେ ଅପରେସନ୍ ଥିଏଟରର ନିୟମ ଉଲ୍ଲଂଘନ କରି ଚପଲ ପିନ୍ଧି ଓଟି ରେ ପ୍ରବେଶ କରିଥିଲେ ଏବଂ ସେଠାରେ ରଖାଯାଇଥିବା ଉପକରଣ ସହିତ ଭିଡିଓ ତିଆରି କରିଥିଲେ ଯେଉଁଠାରେ ରୋଗୀ ଶୋଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଡାକ୍ତରଖାନା ପରିଚାଳନା ଟିମ୍ ତୁରନ୍ତ ଏକ ବୈଠକ ଡାକି ନର୍ସମାନଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ଦେଇଥିଲେ। ଲୋକମାନେ ମଧ୍ୟ ସୋସିଆଲ ମିଡିଆରେ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛନ୍ତି ।

Leave A Reply

Your email address will not be published.