Jai Odisha
News

ଆରମ୍ଭ ହୋଇ ଯାଇଛି ସମୀକ୍ଷା : ଖୁବ୍ ଶୀଘ୍ର ଖୋଲିବ ମହାପ୍ରଭୁ ଜଗନ୍ନାଥଙ୍କ ୪ ଦ୍ୱାର

ଖୁବ୍ ଶୀଘ୍ର ଖୋଲିବ ମହାପ୍ରଭୁ ଜଗନ୍ନାଥଙ୍କ ୪ ଦ୍ୱାର । ଏନେଇ ଆରମ୍ଭ ହୋଇ ଯାଇଛି ସମୀକ୍ଷା । ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ଦେଇଥବବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ଆରମ୍ଭ କରି ଦେଇଛି । ଏହି ପରିପ୍ରେକ୍ଷୀରେ ଚାରି ଦ୍ୱାରା ଖୋଲିବାକୁ ନେଇ ଅତିରିକ୍ତ ଜିଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ଥିତି ସମୀକ୍ଷା କରିଛନ୍ତି। ୪ ଦ୍ବାର ଖୋଲିବାକୁ ହେଲେ ବ୍ୟାରିକେଡ କରାଯିବ କି ନାହିଁ ଏହାର ମଧ୍ୟ ସମୀକ୍ଷା କରାଯାଇଛି। ଅନ୍ୟପକ୍ଷେ ସିଂହଦ୍ବାର ସାମ୍ନାରେ ଲାଗିଥିବା ଏସି ଟନେଲକୁ ଇତିମଧ୍ୟରେ ଖୋଲା ଯାଇଛି । ଓଡ଼ିଶାରେ ବିଜେପି ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ର୍ନିବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି ।
ଗୋଟିଏ ଦ୍ୱାର ଦେଇ ବହୁସଂଖ୍ୟକ ଭକ୍ତ ଯିବା ଦ୍ୱାରା ମନ୍ଦିରରେ ପ୍ରବଳ ଗହଳି ହେଉଛି । ଏପରିକି ଅନେକ ଭକ୍ତ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡୁଥିବା ଦେଖିବାକୁ ମିଳୁଛି । ସେହିପରି ବେଳେବେଳେ ଭକ୍ତ ବାନ୍ତି କରିଦେଉଥିବାରୁ ଓ ଭିଡ଼ରେ କ୍ଷତାକ୍ତ ହୋଇ ରକ୍ତ ପଡୁଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହେଉଛି । ଏଥିଯୋଗୁ ନୀତି ବିଳମ୍ବ ହେବା ସହ ଦର୍ଶନରେ ବିଳମ୍ବ ଘଟୁଛି। ତେଣୁ ଚାରି ଦ୍ୱାର ଖେରାଲାଗଲେ ଶୃଙ୍ଖଳିତ ଦର୍ଶନ ହେବା ସହ ମହାପ୍ରଭୁଙ୍କ ନୀତିକାନତିରେ ମଧ୍ୟ ବାରମ୍ବାର ବ୍ୟାଘାତ ଘଟନ୍ତା ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.