Jai Odisha
News

ଜେଲ ଗଲେ ବୌଦ୍ଧ ଜିଲ୍ଲାର ଆର୍‌ଟିଓ : ଖୁସିରେ ଖୁବ୍ ନାଚିଲେ ଡ଼୍ରାଇଭର

ବୌଦ୍ଧ,୧୭/୦୨/୨୪: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ବନ୍ଧା ହୋଇ ଜେଲ ଗଲେ ବୌଦ୍ଧ ଜିଲ୍ଲାର ଆର୍‌ଟିଓ ବସନ୍ତ କୁମାର ମହାପାତ୍ର। । ତେବେ ଏହି ଖବରକୁ ନେଇ ଜିଲ୍ଲାରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳିଛି । ପରିବହନ କାର‌୍ୟ୍ୟାଳୟ ଆଗରେ ବାଜା ବଜାଇ ଖୁସି ମନେଇ ଡ୍ରାଇଭରଙ୍କ ସମେତ ବିଭିନ୍ନ ସଂଘଠନ ନାଚୁଥିବା ଦେଖିବାକୁ ମିଳିଛି । । ଏଭଳି ନିଆରା ଦୃଶ୍ୟ ବୌଦ୍ଧରେ ଦେଖିବାକୁ ମିଳିଛି । ତେବେ ବସନ୍ତ ମହାପାତ୍ର। ବୌଦ୍ଧକୁ ଆସିବା ଦିନ ଠାରୁ ହିଁ ନିଜର ହିଟଲରୀ ଶାସନ ପାଇଁ ବିବାଦରେ ରହି ଆସିଥିବାବେଳେ ତାଙ୍କୁ ବଦଳି କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ ଅନେକ ସଂଗଠନ । ଫାଇନ କାଟିବା ହେଉ କିମ୍ବା ଲାଇସେନ୍ସ କରାଇବା ନା ରେ ଆଦାୟ କରନ୍ତି ଲକ୍ଷ ଲକ୍ଷ ଟଙ୍କା । ଡ୍ରାଇଭର ଠାରୁ ଆରମ୍ଭ କରି ମାଲିକ ଙ୍କୁ ମଧ୍ୟ ବହୁ ଶୋଷୋଣ କରିଥିଲେ ଏହି ବାବୁ ଜଣକ।

Leave A Reply

Your email address will not be published.