Jai Odisha
News

ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ବେତନ ୧୫ ହଜାର ଟଙ୍କାକୁ ବୃଦ୍ଧି

ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ବେତନ ବୃଦ୍ଧି ହୋଇଛି । ସେମାନଙ୍କ ପାରିଶ୍ରମିକ ୫ ହଜାର ଟଙ୍କା ବୃଦ୍ଧି କିରଛନ୍ତି ରାଜ୍ୟ ସରକାର । ଏହା ପରେ ବର୍ତ୍ତମାନ ଜନଜାତି ଛାତ୍ରୀ ନିବାସ ମାଟ୍ରନ ୧୦ ହଜାର ଟଙ୍କା ପରିବର୍ତ୍ତେ ୧୫ ହଜାର ଟଙ୍କା ପାରିଶ୍ରମିକ ପାଇବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀନିବାସଗୁଡ଼ିକରେ କର‌୍ୟ୍ୟରତ ମହିଳା ମାଟ୍ରନମାନଙ୍କର ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ, ଯଦି କୌଣସି କାର‌୍ୟ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟବଶତଃ ପ୍ରାଣ ହରାନ୍ତି, ତେବେ ତାଙ୍କ ନିକଟତମ ସମ୍ପର୍କୀୟଙ୍କୁ ଏକକାଳୀନ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ୬୦ ବର୍ଷରେ କାର‌୍ୟ୍ୟ ନିବୃତ୍ତ ହେବା ସମୟରେ ସେମାନଙ୍କୁ ଏକକାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟସରକାର ବାର୍ଷିକ ୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବେ ।

Leave A Reply

Your email address will not be published.