Jai Odisha
News

ବାଲୁକାକଳାରେ ଭୋଟ୍

ନିର୍ବାଚନ ପାଖେଇ ଆସୁଛି | ସେଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଗଲାଣି | ଭୋଟ ଦେବା ପ୍ରତେକ ବ୍ୟକ୍ତିଙ୍କ ଅଧିକାର | 18ବର୍ଷରୁ ଭୋଟ ଉର୍ଧ୍ଵ ସମସ୍ତ ନାଗରିକଙ୍କ ଭୋଟ ଦେବା ସାମ୍ବିଧାନିକ ଅଧିକାର | ତେବେ ଏହା ଭିତରେ ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ର ପ୍ରଦର୍ଶିତ ହେବାର ସାମ୍ନାକୁ ଆସିଛି | ସେଥିରେ ଲେଖା ହୋଇଛି ‘ମେରା ପେହଲା ଭୋଟ୍ ଦେଶ କେ ଲିୟେ’ | ଏହାକୁ ଆଙ୍କିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ | ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବପିଢ଼ିମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ କରିଛନ୍ତି | ତାଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ‘ମେରା ପେହଲା ଭୋଟ୍ ଦେଶ କେ ଲିୟେ’ ଅର୍ଥାତ ମୋର ପ୍ରଥମ ଭୋଟ ଦେଶ ପାଇଁ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବାଲୁକାକଳାରେ ନୂଆ ଭୋଟରଙ୍କୁ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ । ବେଳାଭୂମିରେ ସୁନ୍ଦର କାରୁକାର୍ଯ୍ୟକୁ ପ୍ରଦର୍ଶନ କରି ଆଜିର ଯୁବ ପିଢିମାନଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି । ବାଲୁକକଳା ଦ୍ୱାରା ସୁଦର୍ଶନ ପଟ୍ଟନାୟକଙ୍କ ଏହି ବାର୍ତ୍ତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.