Jai Odisha
News

ଦଳ ସାମ୍ନାରେ ତୁଚ୍ଛ ସମ୍ପର୍କ

1- ବିରୋଧୀଙ୍କ ସମାଲୋଚନାର ଜବାବ ଦେଲେ ବିଜେଡି ନେତା
2- ଦେଖା ଦେବକି ସାଇଡ ଇଫେକ୍ଟ।
3- ଦଳ ସାମ୍ନାରେ ତୁଚ୍ଛ କରିଦେଲେ ସମ୍ପର୍କକୁ
4- କଣ ପାଇଁ ଭିଣେଇ ଅପେକ୍ଷା ଦଳର ଭାବମୂର୍ତ୍ତି ବଡ଼

ବିଜେଡି ଛାଡି ବିଜେପି ରେ ମିଶିଛନ୍ତି ବବିଙ୍କ ଭିଣୋଇ ଅରିନ୍ଦମ | ହେଲେ ଏହାକୁ ନେଇ ଏବେ ଚର୍ଚ୍ଚା ଚାରିଆଡେ | ସମସ୍ତେ ଟାର୍ଗେଟ କରିଛନ୍ତି ପ୍ରଣବଙ୍କୁ | ଏହାକୁ ସମର୍ଥନ ଜଣାଇ ସେପଟେ ଗୋଟିଏ ପରିବାର, ଗୋଟିଏ ଟିକେଟ ପାଇଁ ଟ୍ରେଣ୍ଡ ସେଟ୍ କରୁଥିବା ନେଇ ସଂଗଠନ ସଂପାଦକଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ବିଜେଡି ନେତା। ଏଥିରେ ଉଲେଖ ହୋଇଛି ଯେ ପ୍ରଣବ ଙ୍କ ପରି ନେତା ପାଇଁ ଦଳ ଗର୍ବିତ | ପ୍ରଣବ ପରିବାର ଅପେକ୍ଷା ଦଳକୁ ଅଧିକ କର୍ମୀଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି | ପ୍ରଣବ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ ବାଣ୍ଟିବାରେ କୌଣସି ସମସ୍ୟା ନଥିଲା। ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ। କିନ୍ତୁ ଗୋଟିଏ ପରିବାର ଗୋଟିଏ ଟିକେଟ ଟ୍ରେଣ୍ଡ ସେଟ୍ କରିବା ଲାଗି ପ୍ରଣବ ଏହା କରିନାହାଁନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ହିଁ ପାଥେୟ କରି ସେ କାର୍ଯ୍ୟ କରନ୍ତି। ଏହା ଆଜି ପ୍ରମାଣିତ । କାହିଁ କେତେ ଦଶନ୍ଧି ରୁ ସେ ଟ୍ରେଣ୍ଡ ସେଟ କରୁଥିଲେ ପାର୍ଟି ଆଗ ପରିବାର ପଛ | ଦଳ ସର୍ବମାନ୍ୟ, ନବୀନ ସର୍ବମାନ୍ୟ । ପ୍ରତିଟି କର୍ମୀ ନିଜ ଆଉ ନିଜ ପରିବାରର ସ୍ବାର୍ଥ କଥା ଛାଡ଼ି ରାଜ୍ୟ ଏବଂ ଦଳୀୟ ସ୍ବାର୍ଥରେ କାର୍ଯ୍ୟ କରିବାର ଯେଉଁ ବାର୍ତ୍ତା ଆମ ପ୍ରିୟ ସାଙ୍ଗଠନିକ ସମ୍ପାଦକ ଦେଇଛନ୍ତି, ସେଇ ଅନୁସାରେ କାର୍ଯ୍ୟ କରିବା ନେଇ ନେତାମାନେ କହିଛନ୍ତି।

Leave A Reply

Your email address will not be published.