Jai Odisha
News

ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି : ସନ୍ଦେହ ଘେରକୁ ଆସିଲେ ଲରେନ୍ସ ବିଷ୍ଣୋଇ

ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି । ଗୁଳି ଫୁଟାଇଥିବା ସନ୍ଦିଗ୍ଧ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ବୋଲି ହେଉଛି ସନ୍ଦେହ । ରବିବାର ସକାଳ ୫ଟା ସମୟରେ ମୋଟରସାଇକେଲରେ ଆସି ଜଣେ ଅଜଣା ବ୍ୟକ୍ତି ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘର ବାହାରେ ଅନେକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୁମ୍ବାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି ଏବଂ ଗୁଳି ଚଳାଇଥିବା ବ୍ୟକ୍ତିକୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି। ତେବେ ଏହି ଘଟଣା ପରେ ପୋଲିସ୍ ପକ୍ଷରୁ ଜୋର୍‌ଦାର୍ ତଦନ୍ତ କରାଯାଉଛି । ମୁମ୍ବାଇ ପୁଲିସ ମାମଲାକୁ ଗମ୍ଭୀରତାର ସହ ନେଇଛି । ପୁଲିସ କହିଛି ଯେ, ଯଦିଓ ଲରେନ୍ସ ବିଷ୍ଣୋଇ ଜେଲରେ ଅଛି, କିନ୍ତୁ ତା’ର ଗ୍ୟାଙ୍ଗ ବାହାରେ ଅଛନ୍ତି ଏବଂ ଗୋଲ୍ଡି ବରାଡ଼ ମଧ୍ୟ ବାହାରେ ଅଛି। ଏହି ଗ୍ୟାଙ୍ଗ ଅଭିନେତାଙ୍କ ଘର ବାହାରେ ଗୁଳି ଚାଳନା କରିଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଆହୁରି କଡ଼ାକଡ଼ି କରାଯାଇଛି। ସୂଚନା ଅନୁସାରେ, ସଲମାନଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨-୩ ରାଉଣ୍ଡ ଗୁଳି ଫୁଟିଛି। ମୁମ୍ବାଇ କ୍ରାଇମବ୍ରାଞ୍ଚ ଓ ଏଟିଏସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ।
ପୋଲିସ ଦ୍ୱାରା ମିଳିଥିବା ସିସିଟିଭି ଫୁଟେଜରେ ଅଭିଯୁକ୍ତଙ୍କ ଦୁହେଁ ହେଲମେଟ ପିନ୍ଧିଥିଲେ , ଯାହା ଫଳରେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି । ପୋଲିସ ବର୍ତ୍ତମାନ ଏହି ଅଞ୍ଚଳର ଅନ୍ୟ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।

Leave A Reply

Your email address will not be published.