Jai Odisha
News

ଆମେଠୀରୁ ରାହୁଲଙ୍କୁ ଘେରିଲେ ସ୍ମୃତି : କହିଲେ ପ୍ରାଣପ୍ରତିଷ୍ଠା ନିମନ୍ତ୍ରଣପତ୍ର ପ୍ରତ୍ୟାଖ୍ୟାନ କଲେ ଏବେ ନିର୍ବାଚନ ପାଇଁ ରାମମନ୍ଦିର ଯାଉଛନ୍ତି

ଆମେଠୀରୁ ରାହୁଲଙ୍କୁ ଘେରିଲେ ସ୍ମୃତି ଇରନୀ । ସେ କହିଛନ୍ତି ଏବେ ନିର୍ବାଚନ ପାଇଁ ରାମ ମନ୍ଦିର ଯାଉଛନ୍ତି ରାହୁଲ ଗାନ୍ଧୀ । ବର୍ତ୍ତମାନ ନିର୍ବାଚନକୁ ନେଇ ସାରା ଦେଶରେ ଦିନକୁ ଦିନ ବଢୁଛି ନିର୍ବାଚନୀ ଉଷ୍ମତା । ଏହାରି ଭିତରେ ଆରୋପପ୍ରତ୍ୟାରୋପ ଏବଂ ବାକ୍ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ସମସ୍ତଙ୍କ ନଜର ରହିଛି ଆମେଠୀ ଆସନ ଉପରେ । କଂଗ୍ରେସ ଏପର‌୍ୟ୍ୟନ୍ତ ଏଠାରୁ ପ୍ରାର୍ଥୀ ଘୋଷଣା କରିନାହିଁ। ଏଥି ସହ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପୁଣି ଥରେ ବିଜେପି ତରଫରୁ ଏଠାରେ ପ୍ରାର୍ଥୀ କରିଛି । ତେବେ ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ ରାହୁଲ ଗାନ୍ଧୀ ଆମେଠୀରୁ କଂଗ୍ରେସ ପ୍ରାର୍ଥୀ ହେବେ । ଆଉ ଏକ ଗୁଜବ ମଧ୍ୟ ଶୁଣିବାକୁ ମିଳିଛି ଯେ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଭଦ୍ରାଙ୍କ ସହ ଅଯୋଧ୍ୟା ଯାଇ ରାମ ଲାଲାର ଦର୍ଶନ କରିବେ। ଏଭଳି ପରିସ୍ଥିତିରେ ସ୍ମୃତି ଇରାନୀ ଏ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୌରୀଗଞ୍ଜରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି କହିଛନ୍ତି ଯେ ଏହା ପୂର୍ବରୁ ସେ ଅହଂକାରରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ବର୍ତ୍ତମାନ ନିର୍ବାଚନ ଆସିବା ପରେ ଆମେଠୀ ଆସିବା ପୂର୍ବରୁ ସେ ରାମ ମନ୍ଦିରକୁ ଯାଉଛନ୍ତି ରାମ ଲାଲାଙ୍କ ଦର୍ଶନ କରିବାକୁ । ସେମାନ କେବଳ ନିର୍ବାଚନ ସମୟରେ ଆମ ଇଶ୍ବରଙ୍କୁ ସ୍ମରଣ କରନ୍ତି ।
ସ୍ମୃତି ଇରାନୀ ଆହୁରି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଇଶ୍ୱରଙ୍କସହ ପ୍ରତାରଣା କରେ, ସେ ବା ମଣିଷର କଣ କାମରେ ଆସିବ । ସେଥିପାଇଁ କୁହାଯାଏ ଯିଏ ପ୍ରକୃତ ହୃଦୟରେ ରାମଙ୍କର ନୁହଁନ୍ତି ସେ ଆମର କୌଣସି କାମକୁ ନୁହଁନ୍ତି । ସ୍ମୃତି ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ରାମ ମନ୍ଦିର ନିଷ୍ପତ୍ତି ଆସିଲା, ସେତେବେଳେ ବାବ୍ରିମସଜିଦର ବଡ଼ ସମର୍ଥକ ଇକବାଲ ଅନସାରୀ ମଧ୍ୟ ହୃଦୟ ସହ ସମ୍ମାନ ଜଣାଇବାକୁ ପ୍ରାଣପ୍ରତିଷ୍ଠାକୁ ଯାଇଥିଲେ, କିନ୍ତୁ କଂଗ୍ରେସ କର୍ମୀମାନେ ଯାଇ ନଥିଲେ।

Leave A Reply

Your email address will not be published.