Jai Odisha
News

ବିଜେପିରୁ ଲଢିବେ ସୌମ୍ୟ! ନିର୍ବାଚନ ଲଢିବାକୁ ସ୍ଥାନୀୟ ନେତୃବୃନ୍ଦ ପକାଉଛନ୍ତି ଚାପ

ବିଜେଡ଼ି ଛାଡିବା ପରେ କେଉଁ ଦଳକୁ ଯିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ତାକୁ ନେଇ ଉଠୁଥିଲା ଅନେକ ପ୍ରଶ୍ନ । କେତେବଳେ ସେ ବିଜେପିରେ ଯୋଗ ଦେବେ ତ ଆଉ କେତେବେଳେ ସେ ସ୍ୱାଧୀନ ଭାବେ ଲଢିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏ ସମସ୍ତ ଅନୁମାନ ଉପରୁ ପରଦା ହଟାଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ସମସ୍ତ ଦ୍ୱନ୍ଦ ଦୂର କରି ସେ ସ୍ପଷ୍ଟ କରିଛନ୍ତି ଯେ କେଉଁ ପାର୍ଟି ତରଫରୁ ତାଙ୍କୁ ଲଢିବା ପାଇଁ ଅଫର ମିଳିଛି । ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ମା ତାରିଣୀଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ହଜାର ହଜାର ଲୋକ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ସ୍ଥାନୀୟ ଏକ ‌ହୋଟେଲର ସମ୍ମିଳନୀ କକ୍ଷ‌ରେ ଆୟୋଜିତ କାର‌୍ୟ୍ୟକ୍ରମରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସେ ଗଣମାଧ୍ୟମର ପ୍ରଶ୍ନରେ ଉତ୍ତର ଦେଇ କହିଥିଲେ ଯେତେବେଳେ ବିଜେଡ଼ିରେ ଥିଲି ବିଜେଡ଼ି ପାଇଁ କାମ କରୁଥିଲି ମୁଁ ଦଳର ସମ୍ପତ୍ତି ଥିଲି । ଆଉ କେତେବେଳେ ଯେ ଦଳ ପାଇଁ ଅଦରକାରୀ ହୋଇଗଲି ଦଳ ମୋତେ ବହିଷ୍କାର କରିଦେଲା । କିନ୍ତୁ ପୂର୍ବର ବନ୍ଧୁତା ଖାତିରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହେବା ପାଇଁ ଆଲୋଚନା କରିଛନ୍ତି । କେବଳ ଏତିକି ନୁହେଁ ଅନେକ ଦଳରୁ ନିମନ୍ତ୍ରଣର ସୁଅ ଛୁଟୁଛି । କିନ୍ତୁ ଘସିପୁରାରେ ବହୁଦିନ ହେଲା ଗୁଣ୍ଡାଗିରି, ଅତ୍ୟାଚାର, ଅନ୍ୟାୟ ଚାଲିଛି। ଦଳମତ ନିର୍ବିଶେଷରେ ସ୍ଥାନୀୟ ଅଞ୍ଚଳର ନେତୃବୃନ୍ଦ ଏହି ଅଞ୍ଚଳରୁ ପ୍ରତିନିଧିତ୍ବ ପାଇଁ ଚାପ ପକାଉଛନ୍ତି। ଏହି ଅନ୍ୟାୟ ବିରୋଧରେ ଯେଉଁ ଯୁଦ୍ଧ ହେବ, ସେଥିରେ ଘସିପୁରାବାସୀଙ୍କ ସହିତ ଆଜିଠୁ ସାମିଲ ହେଲି ବୋଲି ସେ କହିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଥିଲେ, ଆମେ ଓଡ଼ିଆ ଭାଷା, ଅସ୍ମିତା, ସ୍ବାଭିମାନ କଥା କହିଆସିଥିଲୁ। ମୋତେ ଆଶ୍ବସ୍ତ ଲାଗୁଛି ଯେ ଆଜି ସବୁ ନେତାମାନେ ଦଳମତ ନିର୍ବିଶେଷରେ ଏହି କଥା କହିଲେଣି। କିଏ କେଉଁ ଦଳରେ ବି ଥାନ୍ତୁ, ଜଣେ ଓଡ଼ିଆ ଭାବେ ଏହା ମୋତେ ଆନନ୍ଦିତ କରୁଛି। ଏହାଦ୍ବାରା ଓଡ଼ିଶା ଆଗକୁ ଯିବ। ଏଥିସହିତ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ପ୍ରାର୍ଥିତ୍ବ ସଂପର୍କରେ ଦିନେ ଦୁଇଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ। ରାଜନୀତିରେ ହାରଜିତ୍ ଅଛି। ମାତ୍ର ଯିଏ ପ୍ରାର୍ଥୀ ହେବାକୁ ଡରିଯିବ, ସେ ହାରିଯିବ। ତେଣୁ ସେ ପ୍ରାର୍ଥୀ ହେବାକୁ ଭୟଭୀତ ନୁ‌ହନ୍ତି ବୋଲି ସ୍ପଷ୍ଟ କରିଥିଲେ।

Leave A Reply

Your email address will not be published.