Jai Odisha
News

କଟକରୁ ଲଢିବେ ଭର୍ତ୍ତୃହରି

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି | ବିଜେପି ଟିକଟରେ କଟକ ଲୋକସଭା ଆସନରୁ ଲଢ଼ିବେ ସାଂସଦ ଭର୍ତ୍ତୃହରି ମହତାବ | ଗତ 22 ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ | ଦୁଇ ଦିନ ତଳେ ପଦ୍ମ ଧରିଥିଲେ ଦିଲ୍ଲୀରେ । ପୂର୍ବରୁ ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା । ଆଜିର ୩କୁ ମିଶାଇ ସମସ୍ତ ୨୧ ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଜେପି କଟକରୁ ପ୍ରାର୍ଥୀ କରିଛି। ସେହିପରି ଯାଜପୁର, କନ୍ଧମାଳ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଯାଜପୁରରୁ ରବିନ୍ଦ୍ର ନାରାୟଣ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ଓ କଟକରୁ ଲଢିବେ ଭର୍ତ୍ତୃହରି ମହତାବ । ଏଥର ସମ୍ୱଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ୱିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛନ୍ତି।

Leave A Reply

Your email address will not be published.