Jai Odisha
News

ରାଜ୍ୟ ବିଜେପି ନେତାଙ୍କ ମୁଣ୍ଡ ଗୋଲ

ବିଜେଡିରୁ ଟିକେଟ ମିଳିବାର ସମ୍ଭାବନା ନଥିଲା । ତେଣୁ ଟିକେଟ ଆଶାରେ ବୁଡ ପକାଇଛନ୍ତି ବିଜେପିରେ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ପ୍ରେମାନନ୍ଦ ନାୟକ ଓ ଦେବାଶିଷ ନାୟକଙ୍କ ଭଳି ବିଜେଡି ନେତା । ୨୦୧୯ ରେ ଅଳ୍ପକେ ହାରିଯାଇଥିଲେ ଏହି ବିଜେଡି ନେତା । କିନ୍ତୁ ହାର ମାନିନାହାନନ୍ତି ପୁଣି ଥରେ ୨୦୨୪ ରେ ଟିକେଟ ନେବା ପାଇଁ ଆଶାୟୀ ହୋଇଛନ୍ତି । ୨୦୧୯ ରେ ୨୩ଟି ଆସନ ଜିତିଥିଲା ବିଜେପି । ସେଥିରୁ ବାଲେଶ୍ୱରକୁ ଛାଡିଦେଲେ ୨୨ ବିଧାୟକ ଏବେ ବି ଅଛନ୍ତି । ସେମାନେ ଯେ କୌଣସି ପରିସ୍ଥିତିରେ ଏବେ ବି ଲଢିବେ । କିନ୍ତୁ ଏବେ ଚର୍ଚ୍ଚା ହେଉଛି ମେଂଟ ହେଲେ ଲୋକସଭାରେ ବିଜେପି ଓ ବିଧାନସଭାରେ ବିଜେଡି ଅଧିକ ଆସନରେ ଲଢିବ ।ଏବେ କାର ସ୍ଥିତି ଯାହା ବିଜେଡି ୪୨ ରୁ ଅଧିକ ବିଧାନସଭା ସିଟ ବିଜେପିକୁ ଛାଡିବାକୁ ନାରାଜ । ତେଣୁ ବିଜେପି କେଉଁ ନେତାକୁ ଖୁସି କରିବ କେଉଁ ନେତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିବ ତାହା ଏବେ ଦେଖିବାର ଅଛି । ୨୦୧୯ ରେ ବିଜେପି ୨୩ଟି ଆସନରେ ବିଜୟ ହୋଇଥିଲା । ସେହିପରି ବିଜେପି ୧୩/୧୪ ଲୋକସଭା ସିଟରେ ଲଢିବା ଚୂଡାନ୍ତ ହେଲେ ଏହା ଅଧିନରେ ଆସୁଛି ୯୧ ଓ ୯୨ ଟି ବିଧାନସଭା ଆସନ । ଅଧିକାଂଶ ସାଂସଦ ପ୍ରାର୍ଥୀ ଙ୍କ କ୍ଷେତ୍ରରେ ଜଣେ କି ଦୁଇଜଣ ବିଧାନସଭା ମଇଦାନକୁ ଓହ୍ଲାଇବାକୁ ପଡିପାରେ । ସିଟ ର ସଂଖ୍ୟା ୪୨ । ମେଂଟ ହେଲେ କେମିତି ଏତେ ନେତାଙ୍କୁ ମାତ୍ର ୪୨ ଟି ସିଟରେ ସନ୍ତୁଷ୍ଟ କରିବେ? ସେହି ହିସାବରେ ଦେଖିବାକୁ ଗଲେ ରାଜ୍ୟ ବିଜେପି ନେତା ଓ ଆଶାୟୀ ପ୍ରାର୍ଥୀଙ୍କ ମୁଣ୍ଡ ଗୋଳମାଳ ହେଲାଣି । ତେଣୁ କିପରି ଭାଗବଂଟା ହେବା ରାଜ୍ୟ ନେତୃତ୍ୱର ଚିନ୍ତା ବଢିଲାଣି ।

Leave A Reply

Your email address will not be published.