Jai Odisha
News

ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ : ସରକାରୀ ଡ଼ାକ୍ତରଖାନା ପରିସରରେ ଆଉ ରହିବ ନାହିଁ ଘରୋଇ ଔଷଧ ଦୋକାନ

ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ । ସରକାରୀ ଡ଼ାକ୍ତରଖାନା ପରିସରରେ ଆଉ ରହିବ ନାହିଁ ଘରୋଇ ଔଷଧ ଦୋକାନ ।ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଛି। ଉକ୍ତ ଘରୋଇ ମେଡିସିନ ଷ୍ଟୋର୍‌ଗୁଡିକର ଲିଜ୍ ଅବଧି ଆଉ ନ ବଢ଼ାଇବା ପାଇଁ ବିଭାଗ ନିର୍ଦ୍ଦେଶ ଦେବା ସହ ନୂଆ ଷ୍ଟୋର ଯେପରି ନ ଖୋଲିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏ ସଂକ୍ରାନ୍ତରେ ସମସ୍ତ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ସବୁ ସରକାରୀ ଡାକ୍ତରଖାନାରେ ଔଷଧ ବିତରଣ କେନ୍ଦ୍ର ଜରିଆରେ ୨୪ ଘଣ୍ଟିଆ ଔଷଧ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। କିଛି ଦୋକାନୀ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରୁ ରହିତାଦେଶ ଆଣି ବ୍ୟବସାୟ କରୁଥିବା ବେଳେ ଆଉ କିଛି ଦୋକାନୀ ରହିତାଦେଶ ନ ଥିଲେ ବି ବ୍ୟବସାୟ ଜାରି ରଖିଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ସରକାରୀ ମେଡିକାଲ କଲେଜ ସହ ସରକାରୀ ଡାକ୍ତରଖାନା ପରିସରରେ ଥିବା ସମସ୍ତ ଔଷଧ ଷ୍ଟୋର୍‌ଗୁଡିକୁ ଉଚ୍ଛେଦ କରିବା, ବେଆଇନ ଭାବେ ଔଷଧ ବିକ୍ରି କରୁଥିବା ଦୋକାନୀଙ୍କ ଚୁକ୍ତିକୁ ତୁରନ୍ତ ବାତିଲ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ।

Leave A Reply

Your email address will not be published.