Jai Odisha
News

ପରୀକ୍ଷା ଘୁଞ୍ଚାଇବାକୁ ଆନ୍ଦୋଳନରେ ବସିଲେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ

ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ। ପ୍ରବଳ ଗ୍ରୀଷ୍ମକୁ ଆଖିରେ ରଖି ଛୁଟି ପରେ ପରୀକ୍ଷା କରାଇବାକୁ ଛାତ୍ରୀମାନେ ନିବେଦନ କରିଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ସେମାନଙ୍କ ଦାବିପତ୍ରକୁ କର୍ଣ୍ଣପାତ ନକରିବାରୁ ଆଜି ସେମାନେ ଆନ୍ଦୋଳନ କରିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପ୍ରିଲ୍‍ ୩୦ରୁ ମେ ୧୮ ଯାଏ ପରୀକ୍ଷା ସ୍ଥିର କରାଯାଇଛି।

ବିଶ୍ୱବିଦ୍ୟାଳୟର ମୁଖ୍ୟ ଦ୍ୱାର ନିକଟରେ ଖରାରେ ସେମାନେ ଧାରଣା ଦେଇଛନ୍ତି। ସେମାନଙ୍କ ଦେବି ହେଉଛି ଖରାରେ ତାଙ୍କୁ ଯାତାୟାତ କରିବାକୁ ପଡ଼ୁଛି, ହଷ୍ଟେଲରେ ଆବଶ୍ୟକ ସୁବିଧା ନାହିଁ। ଏଣୁ ସେମାନେ ପରୀକ୍ଷା ଘୁଞ୍ଚାଇବାକୁ ଦେବି କରିଛନ୍ତି। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ କଲେଜଗୁଡ଼ିକରେ ପରୀକ୍ଷା ଘୁଞ୍ଚାଯାଇଥିବାବେଳେ ତାଙ୍କର ଦାବିକୁ କଳାହିଁକି ଶୁଣାଯାଉ ନାହିଁ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଛାତ୍ରୀ।

Leave A Reply

Your email address will not be published.