Jai Odisha
News

ନାମାଙ୍କନ ପ୍ରତ୍ୟାହାର କଲେ ସୁଚରିତା : ସମ୍ବିତଙ୍କ ପାଇଁ ସହଜ ହୋଇପାରେ ନିର୍ବାଚନ

ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ରାସ୍ତା କ୍ଲିୟର । କିନ୍ତୁ ସେପଟେ କଂଗ୍ରେସକୁ ଲାଗିଛିା ବଡ଼ ଝଟ୍‌କା । ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି । କଂଗ୍ରେସ ଟିକେଟ୍ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି।ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ସୁଚରିତା ଫେରାଇଥିବା ନେଇ ଆଇସିସିକୁ ଜଣାଇଛନ୍ତି। ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ସହଜ ନୁହେଁ ସୁଚରିତା କହିଛନ୍ତି। ଏହାସହ ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭାରରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେଇଛି ଓ ସେମାନଙ୍କଠାରୁ ସେ କିଛି ଆଶା କରିପାରୁ ନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଯାହା ଫଳରେ ପୁରୀରୁ ନିର୍ବାଚନ ଜିତିବା ସମ୍ବିତ ପାତ୍ରଙ୍କ ପାଇଁ ଏକ ପ୍ରକାର ସହଜ ହୋଇଯାଇଛି ।
ସେ କହିଛନ୍ତି ୨୦୨୪ ନିର୍ବାଚନ ସତ୍ତା ବନାମ ଜନତା ହେବ। ଏହି ନିର୍ବାଚନରେ ଜନସାଧାରଣ ଦୁର୍ନୀତି, ଭ୍ରାଷ୍ଟାଚାରରେ ଲିପ୍ତ ପ୍ରଶାସନକୁ ତ୍ୟାଗ କରିବାକୁ ପ୍ରସ୍ତୁତ ରହିଛନ୍ତି। ଏଥିରେ ଉଭୟ ବିଜେପି ଓ ବିଜେଡି ବିପକ୍ଷରେ ମତ ରହିଛି। ରାହୁଲ ଗାନ୍ଧିଙ୍କ ପ୍ରତି କୃତଜ୍ଞତା ପ୍ରଦାନ କରିବା ସହ ନିଜେ କଂଗ୍ରେସର ସୈନିକ ହୋଇ ରହିବେ ବୋଲି କହିଛନ୍ତି। ଏଣୁ ମୁଁ ମୋର ପ୍ରାର୍ଥୀପତ୍ର ଫେରାଉଛି ବୋଲି ସେ କହିଛନ୍ତି। ଆସନ୍ତା କାଲି ପୁରୀ ଲୋକସଭା ମଣ୍ଡଳୀ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି।

Leave A Reply

Your email address will not be published.