Jai Odisha
News

ସୁଜାତା ଆର କାତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ଦାୟିତ୍ୱ

ଅଭିଯୋଗ ପରେ ଆଇଏଏସ୍ ସୁଜାତା ଆର କାତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅନ୍ୟପଟେ ବରିଷ୍ଠ ଆଇଏଏସ ଅଧିକାରୀ ଶାଲିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ଦାୟିତ୍ୱ ମିଳିଛି। ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବା ପରେ ମିଶନ ଶକ୍ତି ସଚିବରୁ ସୁଜାତାଙ୍କୁ ବଦଳି କରିଥିଲେ ନିର୍ବାଚନ ଆୟୋଗ। ଏବେ ତାଙ୍କୁ ଅର୍ଥ ଭଳି ପ୍ରମୁଖ ବିଭାଗରେ ନିଯୁକ୍ତି ମିଳିଛି। କ୍ଷମତାର ଦୁରୁପଯୋଗ କରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ କରାଇବା ନିମନ୍ତେ ସୁଜାତା ପ୍ରୟାସ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଥିଲା।

Leave A Reply

Your email address will not be published.