Jai Odisha
News

ସୁପ୍ରିମକୋର୍ଟଙ୍କ ସର୍ବୋଚ୍ଚ ରାୟ : ଇଭିଏମ ଦ୍ଵାରା ହିଁ ହେବ ନିର୍ବାଚନ

ଗଣତି ହେବନି ଭିଭିପାଟ୍ ସ୍ଲିପ୍ , ଇଭିଏମ ଦ୍ଵାରା ହିଁ ନିର୍ବାଚନ ହେବ । ଭିଭିପାଟକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଭିଭିପାଟ ଯାଞ୍ଚ ନେଇ ସମସ୍ତ ଆବେଦନ ଖାରଜ ହୋଇଛି। ବାଲାଟ୍ ପେପରରେ ମତଦାନ ଆବେଦନ ମଧ୍ୟ ଖାରଜ କରାଯାଇଛି। ଇଭିଏମ ଦ୍ଵାରା ହିଁ ନିର୍ବାଚନ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଇଭିଏମ ରେ ଜାରି ରହିବ ଭୋଟିଂ ପ୍ରକ୍ରିୟା । ଶୁକ୍ରବାର ଦିନ ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ତପୀଛ ଏହି ମାମଲାର ଶୁଣାଣି ଆଜି କରି କହିଛନ୍ତି, ଇଭିଏମ ରେ ଦିଆଯାଉଥିବା ଭୋଟର ଶତ ପ୍ରତିଶତ ଯାଞ୍ଚ କରାଯାଇ ପାରିବ ନାହିଁ, ନିର୍ବାଚନରେ ମଧ୍ୟ ବାଲାଟ ପେପର ବ୍ୟବସ୍ଥାକୁ କାର‌୍ୟ୍ୟକାରୀ କରାଯାଇ ପାରିବ ନାହିଁ ।

ନିର୍ବାଚନ ମତଦାନ ବେଳେ ଇଭିଏମ୍ ସହ ଭିଭିପିଏଟି ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଭିଭିପିଏଟି ସ୍ଲିପ୍ ସହ ଜଡିତ ସମସ୍ତ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୁପ୍ରିମକୋର୍ଟ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି – ପ୍ରଥମଟି ହେଉଛି ସିମ୍ବଲ ଲୋଡିଂ ପ୍ରକ୍ରିୟା ସମାପ୍ତ ହେବା ପରେ, ସିମ୍ବଲ ଲୋଡିଂ ୟୁନିଟ କୁ ସିଲ କରାଯିବା ଉଚିତ ଏବଂ ସେଗୁଡିକ ଅତି କମରେ ୪୫ ଦିନ ସଂରକ୍ଷଣ କରାଯିବା ଉଚିତ୍‌। ଦ୍ୱିତୀୟଟି ହେଉଛି ଫଳାଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ପ୍ରାର୍ଥୀ ପୁନଃ-ଯାଞ୍ଚ ପାଇଁ ଦାବି କରିପାରିବେ। ଇଞ୍ଜିନିୟରମାନେ ମାଇକ୍ରୋ କଣ୍ଟ୍ରୋଲରର ମେମୋରୀ ଯାଞ୍ଚ କରିବେ। ପ୍ରାର୍ଥୀଙ୍କୁ ଏହି ଅନୁସନ୍ଧାନର ଖର୍ଚ୍ଚ ବହନ କରିବାକୁ ପଡିବ। ଯଦି ଏହା ଭୁଲ ପ୍ରମାଣିତ ହୁଏ, ତେବେ ଟଙ୍କା ଫେରସ୍ତ ହେବ।
ଗତ କିଛି ବର୍ଷ ହେଲା ଇଭିଏମ୍ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଆସୁଛନ୍ତି। ଏହି ସ୍ଥଳେ ଇଭିଏମ୍ ସହ ସେଥିରୁ ବାହାରୁଥିବା ସମସ୍ତ ସ୍ଲିପ୍‌କୁ ମେଳ କରାଇବା ପାଇଁ ଇସିଙ୍କୁ ନିର୍ଦ୍ଦେଶ ଦେବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି।

Leave A Reply

Your email address will not be published.