Jai Odisha
News

ମୁଣ୍ଡ ବିନ୍ଧାର କାରଣ ପାଲଟିଛି ସ୍ୱାଇନ୍ ଫ୍ଲୁ ଫିବର : ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ମୁଣ୍ଡ ବିନ୍ଧାର କାରଣ ପାଲଟିଛି ସ୍ୱାଇନ୍ ଫ୍ଲୁ ଫିବର । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି । ନିକଟରେ ସ୍ପେନରେ ସ୍ୱାଇନ ଫ୍ଲୁର ନୂଆ ମାମଲା ଚିହ୍ନଟ କରାଯାଇଛି । ଜଣେ ବ୍ୟକ୍ତି ଏକ ପ୍ରକାର ସ୍ୱାଇନ୍ ଫ୍ଲୁରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି । ୨୯ ଜାନୁଆରୀ ୨୦୨୪ ରେ ସ୍ପେନର ସ୍ୱାସ୍ଥ୍ୟ ଅଧିକାରୀ ଡ଼ବ୍ଲ୍ୟୁଏଚ୍‌ଓ କୁ ସୂଚନା ଦେଇଥିବା ଖବର ରହିଛି । ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଚେତାବନୀ ସୂଚନା ଜାରି କରିଛି ଏବଂ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛି । ଡ଼ବ୍ଲ୍ୟୁଏଚ୍‌ଓ ସୂଚନା ଅନୁସାରେ, ସ୍ୱାଇନ୍ ଫ୍ଲୁ ଐ୧ଘ୧ ଜୀବାଣୁ ସଂକ୍ରମିତ ଅଧିକାଂଶ ଲୋକ ଘୁଷୁରି ଇନ୍‌ଫ୍ଲୁଏଞ୍ଜା ଜୀବାଣୁଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସି କିମ୍ବା ସଂକ୍ରମିତ ଘୁଷୁରି ସଂସ୍ପର୍ଶରେ ଆସି ସଂକ୍ରମିତ ହୁଅନ୍ତି। ସ୍ୱାଇନ ଫ୍ଲୁର ଭୂତାଣୁ ଥଣ୍ଡା ଦିନରେ ଅଧିକ ବ୍ୟାପିଥାଏ । ହେଲେ ଖରା ବଢିବା ସହ ଏହାର ପ୍ରଭାବ କମି କମି ଥାଏ । ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ ସ୍ୱାଇନ ଫ୍ଲୁର ଭୂତାଣୁ ସକ୍ରିୟ ହୋଇଯାଇଥାଏ । ଏମିତିରେ ସାବଧାନତା ଅବଲମ୍ବନ କରିବା ବହୁତ ଜରୁରୀ । ସ୍ୱାଇନ ଫ୍ଲୁ ଶ୍ୱାସ ତନ୍ତ୍ର ସହିତ ଜଡିତ ରୋଗ, ଯାହା ଇନଫ୍ଲୁଏଂଜା ଭୂତାଣୁ ଦ୍ୱାରା ହୋଇଥାଏ । ଏହି ଭୂତାଣୁ ଏଚ୧ ଏନ୧ ନାମରେ ମଧ୍ୟ ଜଣାଯାଏ ।

Leave A Reply

Your email address will not be published.