Jai Odisha
News

ଶସ୍ତା ହେବ ସ୍ଵିସ ହାତଘଣ୍ଟା

 

ଶସ୍ତା ହେବ ସ୍ଵିସ ହାତଘଣ୍ଟା | ଏବେ ହାତଘଣ୍ଟା ଓ ଚକୋଲେଟ୍‌କୁ ଭାରତୀୟମାନେ କମ୍ ଦାମ୍‌ରେ କିଣିପାରିବେ। ସ୍ବିଜରଲ୍ୟାଣ୍ଡ୍‌ ସମେତ ୟୁରୋପର 4 ଟି ଦେଶ ସହ ଚୁକ୍ତି ସ୍ଵାକ୍ଷର ହୋକରିଛି ଭାରତ | ଦୀର୍ଘ 16 ବର୍ଷ ହେଲାଣି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଆରମ୍ଭ ହୋଇଥିଲା ଯାହାକି ସମାଧାନ ର ବାଟ ଫେରିଛି | ଭାରତ ଆଇସଲ୍ୟାଣ୍ଡ୍‌, ନରୱେ, ଲିକ୍‌ଣ୍ଟେଷ୍ଟାଇନ୍‌ ଓ ସ୍ବିଜରଲ୍ୟାଣ୍ଡ୍‌ ହାତଘଣ୍ଟା, ଔଷଧ, ଜାହାଜ, ଡଙ୍ଗା, ସୁନା ଆଦି ଆମଦାନି କରୁଛି | ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଏହି ରାଜିନାମା ସମସ୍ତଙ୍କ ପାଇଁ ଲାଭଦାୟକ ହେବ। ଭାରତର ଏକ ବଡ଼ ସଫଳତା ପରେ ୟୁରୋପର ଚାରିଟି ରାଷ୍ଟ୍ରର ସଂଘୟୁରୋପିଆନ୍ ଫ୍ରି ଟ୍ରେଡ୍ ଆସୋସିଏସନ୍ ସହ ଆଗାମୀ 15 ବର୍ଷରେ 100ବିଲିୟନ ଦଳର ନିବେଶ କରିବ । ଯାହା ଫଳରେ ହାତ ଘଣ୍ଟା ଉପରେ ୨୦ ପ୍ରତିଶତ ଓ ଚକୋଲେଟ୍‌ ଉପରେ ୩୦ ପ୍ରତିଶତ ଟିକସ ଲଗାଯାଇଛି।ପ୍ରଧାମନନ୍ତ୍ରୀ ମଧ୍ୟ ଏହି ରାଜିନାମାକୁ ପ୍ରଶଂସା କରିଛନ୍ତି। ଏହା ଉଭୟ ପକ୍ଷ ଲାଭକାରୀ ହେବ ବୋଲି ମୋଦି କହିଛନ୍ତି | ଏହି ରାଜିନାମା ନୂଆ ସହଯୋଗିତା ଲାଗି ବାଟ ଖୋଲିବ।
ଇଏଫ୍‌ଟିଏ ସହ ସ୍ବାକ୍ଷର ହୋଇଥିବା ବୁଝାମଣା ଅନୁସାରେ ରାଜିନାମାର ପ୍ରଥମ ୧୦ ବର୍ଷରେ ୫୦୦୦ କୋଟି ଡଲାର ନିବେଶ କରାଯିବ ଏବଂ ପରବର୍ତ୍ତୀ ପାଞ୍ଚ ବର୍ଷରେ ଆଉ ୫୦୦୦ କୋଟି ଡଲାର ନିବେଶ ଜରିଆରେ ଭାରତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଦେଶର ବାଣିଜ୍ୟ ,ବିନିର୍ମାଣ , ରପ୍ତାନି ଏହାଦ୍ୱାରା ନୂଆ ଶିଖର ଛୁଇଁବ |

Leave A Reply

Your email address will not be published.