Jai Odisha
News

ପଞ୍ଜାବର ‘ଷ୍ଟେଟ ଆଇକନ୍’ ଭାବରେ ନିଯୁକ୍ତ ହେଲେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲ

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲଙ୍କୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପଞ୍ଜାବ ନିର୍ବାଚୟ ଆୟୋଗ ତାଙ୍କୁ ପଞ୍ଜାବର ‘ଷ୍ଟେଟ ଆଇକନ୍’ ଭାବରେ ନିଯୁକ୍ତ କରାଇଛି । ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ତରଫରୁ ଏ ନେଇ ସୂଚନା ମିଳିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସିବିନ୍ ସି ଶୁଭମନ ଗିଲଙ୍କ ଦାୟିତ୍ୱ ନେଇ ସୂଚନା ଦେଇଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ଶୁଭମନ ଗିଲ୍ ବିଭିନ୍ନ ଅଭିଯାନରେ ସାମିଲ ହେବେ । ଭୋଟରମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ରହିବ । ଫଳରେ ଚଳିତବର୍ଷ ୭୦ ପ୍ରତିଶତରୁ ଅଧିକ ଭୋଟିଂ କରିବା ଲକ୍ଷ୍ୟରେ ସଫଳ ହୋଇପାରିବ ପଞ୍ଜାବ ।

ସିବିନ୍ ସି କହିଛନ୍ତି ଯେ ଭୋଟିଂ କମ୍ ହେଉଥିବା ବିଭିନ୍ନ ଅଞ୍ଚଳରେ ଗିଲ ସଚେତନତା ଅଭିଯାନରେ ଭୋଟିଂ ପାଇଁ ଅପିଲ୍ କରି ଭୋଟରଙ୍କୁ ଉତ୍ସାହିତ କରିବେ, ଯାହା ରାଜ୍ୟରେ ଭୋଟ୍ ପ୍ରତିଶତ ବୃଦ୍ଧି କରିବାରେ ଖୁବ ସହାୟକ ହୋଇପାରିବ । ଏହାପୂର୍ବରୁ ଲୋକପ୍ରିୟ ପଞ୍ଜାବୀ ଗାୟକ ତାରସେମ ଜାସରଙ୍କୁ ‘ଷ୍ଟେଟ ଆଇକନ୍’ ଭାବରେ ମନୋନୀତ କରାଯାଇଥିଲା ଏବଂ ସେ ମଧ୍ୟ ଏହି ଅଭିଯାନରେ ସାମିଲ ହେବେ । ଶୁଭମନ ଗିଲ ଏବଂ ତାରସେମଙ୍କ ଦ୍ୱାରା ପ୍ରଭାବିତ ହୋଇ ଅଧିକ ଭୋଟର ଚଳିତବର୍ଷ ନିଜ ମତଦାନ କରିବେ ବୋଲି ଆଶା ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Leave A Reply

Your email address will not be published.