Jai Odisha
News

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ

ଦିଲ୍ଲୀ ଶାସ୍ତ୍ରୀ ନଗରରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ । ଦେଖୁ ଦେଖୁ ହୁତୁହୁତୁ ହୋଇ ଜଳିଗଲା ଆବାସିକ କୋଠାଘର । ସୂଚନା ଅନୁସାରେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଥିବା ଆବାସିକ କୋଠାଘର ନିଆଁ ଲାଗିଥିଲା । ଯାହାଫଳରେ ଏହି ଅଗ୍ନିକାଣ୍ଡରେ ୪ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଅଗ୍ନିକାଣ୍ଡର ଏତେ ଭୟଙ୍କର ରୂପ ଯେ ସ୍ଥାନୀୟ ବାସୀ ଆତଙ୍କିତ ହୋଇଯାଇଥିଲେ । ନିଆଁ ଲାଗିବା ଯୋଗୁଁ ପାର୍କିଂରେ ୪ ଟି ଗାଡି ପୋଡିଯାଇଥିଲା । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇ ଚେଷ୍ଟା କରିଥିଲେ । ବହୁ ସମୟ ଚେଷ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ଢାବାରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।

Leave A Reply

Your email address will not be published.