Jai Odisha
News

ହାତୀ ପଲ ଭିତରେ ନିଜ ମା’କୁ ଏପରି ଚିହ୍ନଟ କଲା ଛୁଆ , ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ ।

ମା ଓ ଛୁଆର ବନ୍ଧନ ଏପରି ଯେ ଯେତେ ଦୂରରେ ଥିଲେ ବି ଦୁହେଁ ଦୁହୌିଁଙ୍କୁ ଜାଣି ପାରନ୍ତି । ବର୍ତ୍ତମାନ ଏହି ଭଳି ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ଏକ ହାତୀ ଛୁଆର ସୁନ୍ଦର ଭିଡ଼ିଓ ଭାଇରଲ ହେଉଛି । ଭିଡ଼ିଓରେ ଏକ ହାତୀ ପଲଙ୍କୁ ଦେଖିବାକୁ ମିଳୁଛି । ଏହି ସମୟରେ ଏକ ଛୋଟ ହାତୀ ଛୁଆ ତା ମାଙ୍କୁ ସେମାନଙ୍କ ମଧ୍ୟରେ ଖୋଜୁଛି । ସେ ଦୌଡ଼ି ଦୌଡ଼ି ଗୋଟିଏ ପରେ ଗୋଟିଏ ହାତୀଙ୍କୁ ଅତିକ୍ରମ କରି ନିଜ ମାଙ୍କ ପାଖରେ ପହଞ୍ଚି ଯାଏ । ଆଉ ଏହା ପରେ ଅତି ସ୍ନେହଁପୂର୍ଣ୍ଣଭାବରେ ନିଜ ମାଙ୍କ ସହିତ ଗେଲ ହୁଏ । ଏହି ସମସ୍ତ ହାତୀ ଏକ ନଦୀ କୂଳରେ ଅତି ସୁନ୍ଦର ପରିବେଶରେ ଛିଡ଼ା ହୋଇଛନ୍ତି । ଏକ ଶିଶୁ ହାତୀର ମାଆକୁ ଖୋଜୁଥିବା ଏହି ଆକର୍ଷଣୀୟ ଭିଡିଓ ନିଶ୍ଚିତ ଭାବରେ ଆପଣଙ୍କ ମନ ଖୁସି କରିଦେବ । କେନିଆର ଆମ୍ବୋସେଲି ନ୍ୟାସନାଲ ପାର୍କରେ କଏଦ ହୋଇଥିବା ଭିଡିଓ ଇନଷ୍ଟାଗ୍ରାମରେ ସେୟାର ହୋଇଛି । ଅନଲାଇନ୍ ସେୟାର ହେବା ପରଠାରୁ ଏହି ଭିଡିଓ ଇନଷ୍ଟାଗ୍ରାମରେ ୪ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ବନ୍ୟଜନ୍ତୁ ପ୍ରେମୀମାନେ ଏହି ଆକର୍ଷଣୀୟ ଭିଡିଓକୁ ଭଲ ପାଉଛନ୍ତି ।

Leave A Reply

Your email address will not be published.