Jai Odisha
News

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବାକୁ ଲୋକଙ୍କୁ ଆହ୍ଵାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଭବାନୀପାଟଣା ସଭାରେ ପହଞ୍ଚିଛନ୍ତି। ଦିନ ପ୍ରାୟ ୧.୩୦ରେ ପ୍ରତିରକ୍ଷା ମନ୍ତ୍ରୀ ସ୍ଥାନୀୟ ପୁଲିସ ପଡିଆରେ ଓହ୍ଲାଇ ଥିଲେ। ପରେ ସ୍ଥାନୀୟ ଲାଲ ବାହାଦୁର ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନର ସରକାର କରିବାକୁ ସେ ଉପସ୍ଥିତ ଲୋକଙ୍କୁ ଆହ୍ଵାନ ଦେଇଥିଲେ। ପ୍ରଭୁ ଜଗନ୍ନାଥ ଓ ମା’ ମାଣିକେଶ୍ୱରୀଙ୍କୁ ପ୍ରଣାମ ଜଣାଇ ସଭାକୁ ସମ୍ବୋନ୍ଧିତ କରିଛନ୍ତି । ସେ କହିଛନ୍ତି ଯେ, ଆମେ ଯାହା କହୁ, ତାହା କରୁ। ଏହା ଆମ ଚରିତ୍ର। ଆମେ ୩୭୦ ହଟାଇବୁ କହିଥିଲୁ, ହଟାଇଲୁ। ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ। ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ ବିଜେଡି ସରକାର ଦେଖିଲେ। ଏଥର ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣନ୍ତୁ। ପ୍ରଥମଥର ମୁଁ କଳାହାଣ୍ଡି ଆସିଛି । ଏଥିସହ ସେ ରେଣ୍ଡୋ ମାଝୀଙ୍କୁ ସ୍ମରଣ କରିଛନ୍ତି । ସେ କହିଛନ୍ତି ‘ଅଭାବର ଭୂଖଣ୍ଡ ଭାବେ କଳାହାଣ୍ଡି ପରିଚିତ ଥିଲା । ବର୍ତ୍ତମାନ ୫ରୁ ୮ ବର୍ଷ ଭିତରେ କଳାହାଣ୍ଡିର ଚିତ୍ର ବଦଳିବ । ମାଳବିକା ଏଠାରୁ ଜିତିଲେ ଏ ଗରିବୀ ରହିବନି । ଭାରତକୁ ଆମେ ବିକଶିତ କରିବାର ଲକ୍ଷ୍ୟ ରଖିଛୁ । ଗରିବତା ପାଇଁ କଳାହାଣ୍ଡିକୁ ପର୍ଯ୍ୟଟକ ଆସନ୍ତି । ଏଠାରୁ ଯାଇ ସମ୍ବାଦପତ୍ରରେ ଲେଖା ଲେଖନ୍ତି । କଂଗ୍ରେସର ଏତେ ବର୍ଷ ଶାସନ ପରେ ବି କମିନି । ୧୦ରୁ ୧୫ ବର୍ଷ ଭିତରେ ଦେଶରେ ଗରିବତା ରହିବନି ବୋଲି ସେ ଦାବି କରିଛନ୍ତି । ଓଡ଼ିଶାରେ ଭାଜପା ସରକାର ଗଠନ ହେଲେ ଆୟୁଷ୍ମାନ ଭାରତ କାର୍ଡ ସମସ୍ତଙ୍କୁ ଉପଲବ୍ଧ ହେବ ବୋଲି ସେ କହିଥିଲେ।

Leave A Reply

Your email address will not be published.