Jai Odisha
News

ଇସ୍ତଫା ଦେଲେ ନିର୍ବାଚନ କମିଶନର

ନିର୍ଵାଚନ ଯେତିକି ପାଖେଇ ଆସୁଛି ସେତେ ସସ୍ପେନସ ବଢୁଛି | ଆଉ କିଛି ଦିନ ପରେ ଭୋଟ | ଦିନ କେଇଟାରେ ଘୋଷଣା  ହେବ ନିର୍ବାଚନ ତାରିଖ | ଯୋଜନା ପରେ ଯୋଜନା ମଧ୍ୟ ଘୋଷଣା ହେଉଛି। ଏହି ସମୟରେ ନିର୍ବାଚନ କମିଶନଙ୍କ ଭୂମିକା ହେଉଛି ଗୁରୁତ୍ୱ ପୂର୍ଣ୍ଣ।   କିନ୍ତୁ  ଏହା ଭିତରେ କିଛି ଖବର ସାମ୍ନାକୁ ଆସିଛି | ନିର୍ବାଚନ କମିଶନର  ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି | ପଞ୍ଜାବ କ୍ୟାଡରର ଆଇଏଏସ ଅଧିକାରୀ ହେଉଛନ୍ତି ଅରୁଣ ଗୋଏଲ।  ହେଲେ ନିର୍ବାଚନର ଘୋଷଣା ହେବା ସପ୍ତାହେ ପୂର୍ବରୁ ସେ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି |ତେବେ ସେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ତାହା ଜଣାନାହିଁ | ଅରୁଣ ଗୋଏଲଙ୍କ କାର୍ଯ୍ୟକାଳ ୨୦୨୭ ଡିସେମ୍ବର ୫ରେ ଶେଷ ହୋଇଥାନ୍ତା କିନ୍ତୁ ତା ପୂର୍ବରୁ ରାଷ୍ଟ୍ରପତିଙ୍କୁ ସେ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ହଟଚମଟ।  ଏବେ  କେବଳ ଜଣେ ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାର ଦାୟିତ୍ୱ ସମ୍ଭାଳୁଛନ୍ତି।

ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ବି ନିଜ ମେଣ୍ଟକୁ ଶକ୍ତିଶାଳୀ କରିବାରେ ବ୍ୟସ୍ତ କ୍ଷମତାସୀନ ବିଜେପି। । ଆନ୍ଧ୍ରପ୍ରଦେଶରେ ମେଣ୍ଟରେ ଲଢିବା ପାଇଁ ଗତକାଲି ଘୋଷଣା କରିଛି ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବ  ବିଜେପି।ତେବେ ଦେଖାଯାଉ ନିର୍ବାଚନ କମିଶନରେ ଦେଖାଦେଇଥିବା ଏଭଳି ପ୍ରସାଶନିକ ସଙ୍କଟରେ କିଭଳି ହେବ ନିରପେକ୍ଷ ଓ ଆଦର୍ଶ ନିର୍ବାଚନ।

Leave A Reply

Your email address will not be published.