Jai Odisha
News

ଭା ନୁ କାଭାଲିଆ. . ଗୀତରେ ଜବରଦସ୍ତ ନାଚିଲା ହାତୀ ।

କେବଳ ମଣିଷ ନୁହଁନ୍ତି ବର୍ତ୍ତମାନ ପଶୁ ପକ୍ଷୀ ମଧ୍ୟ ରିଲ୍ସ ବାୟା । ଗୀତ ବାଜିଲା ମାନେ ସେମାନେ ଆଉ ନିଜକୁ ରୋକି ପାରୁ ନାହାନ୍ତି । ଆଉ ଏଭଳି ଡ଼ାନ୍ସ କରୁଛନ୍ତି ଯେ ତାଙ୍କ ଆଗରେ ପେଶାଦାର ନୃତ୍ୟ ଶିଳ୍ପୀମାନେ ମଧ୍ୟ ଫେଲ୍ ମାରିଯିବେ । ଆଉ ବର୍ତ୍ତମାନ ଏହିଭଳି ଏକ ଭିଡ଼ିଓ ଶୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣମାନେ ଖୁସି ହୋଇଯିବେ । ତେବେ କିଛି ଦିନ ହେବ ତମନ୍ନା ଭାଟିଆ ଏବଂ ରଜନୀକାନ୍ତଙ୍କ ଫେମସ ଫିଲ୍ମ ଜେଲର ଗୀତ ଭା ନୁ କାଭାଲିଆ ବହୁ ଲୋକପ୍ରିୟତା ହାସଲ କରିଥିଲା । ଯାହା ଫଳରେ ବିଭିନ୍ନ ସୋସିଆଲ ମିଡ଼ିଆରେ ଏହି ଗୀତର ଭିଡ଼ିଓ ଛାଇଯାଇଥିଲା । ତେବେ ବର୍ତ୍ତମାନ ଏହି ଗୀତର କ୍ରେଜ ଗୋଟିଏ ହାତୀକୁ ଚଢିଛି । ଯାହାର ପ୍ରମାଣ ଆପଣ ଏହି ଭିଡ଼ିଓରେ ଦେଖି ପାରୁଥିବେ । ଏହି ଗୀତ ବାଜିବା ମାତ୍ରେ ହାତୀଟି ତାଳେ ତାଳେ ନାଚୁଛି । ଯାହାକୁ ଲୋକମାନେ ବହୁ ମାତ୍ରାରେ ଦେଖୁଛନ୍ତି ଏବଂ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.