Jai Odisha
News

ହାତୀଛୁଆକୁ ଉଦ୍ଧାର କଲେ ବନ ଅଧିକାରୀ , ଶୁଣ୍ଢ ଟେକି ଧନ୍ୟବାଦ ଜଣାଇଲା ମା

ମଣିଷ ଓ ପଶୁ ମଧ୍ୟରେ ବେଳେ ବେଳେ ଏପରି ସୁନ୍ଦର ସମ୍ପର୍କ ଦେଖିବାକୁ ମିଳେ ଯାହାକୁ କେବେ ଭାଷାରେ ବର୍ଣ୍ଣନା କରି ହୁଏ ନାହିଁ । କେତେବେଳେ ମଣିଷ ପଶୁକୁ ସାହାଯ୍ୟ କରିବାକୁ ଯାଇ ନିଜର ମାନବିକତା ଦେଖାଇଥାଏ ତ ଆଉ କେତେବେଳେ ପଶୁ ନିଜର ବିବେକ ଖଟାଇ ମଣିଷକୁ ସାହାଯ୍ୟ କରିଥାଏ । ତେବେ ଏହିଭଳି ଏକ ସୁନ୍ଦର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି । ଭିଡ଼ିଓରେ ଏକ ଜଙ୍ଗଲ ମଧ୍ୟରେ ମା ଓ ଛୁଆ ହାତୀ ଏକ ଜଳାଶୟ ମଧ୍ୟରେ ଯାଉଥିବା ଦେଖିବାକୁ ମିଳେ । ତେବେ ମା ହାତୀଟି ଜଳାଶୟ ପାର ହୋଇ ପଳାଇଯିବାରେ ସକ୍ଷମ ହୋଇଥିବା ବେଳେ ଛୁଆ ହାତୀଟି ଯାଇପାରେ ନାହିଁ । କିନ୍ତୁ ଏହି ସମୟରେ ଦେବଦୂତ ପରି ୫ ଜଣ ଜଙ୍ଗଲ ଅଧିକାରୀ ସେଠାରେ ପହଞ୍ଚି ବହୁ ପରିଶ୍ରମ ପରେ ଛୁଆ ହାତୀଟିକୁ ସେଠାରୁ ବାହାର କରି ତା ମା ପାଖରେ ଛାଡ଼ିଛନ୍ତି । ତେବେ ଏହା ପରେ ହାତୀଟି ବନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସେଠାରେ ନିଜ ଶୁଣ୍ଢକୁ ଟେକି ନିଜର ନମ୍ରତା ଦର୍ଶାଇଥାଏ । ତେବେ ଏହି ଭିଡ଼ିଓଟି ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ସେୟାର କରିଛନ୍ତି । ଏହି ଭିଡ଼ିଓ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ପୋଲାଚିର ବୋଲି ଜଣାପଡ଼ିଛି । ଉଦ୍ଧାର କାର‌୍ୟ୍ୟ ପରେ ମା ହାତୀ ନିଜ ଶୁଣ୍ଢ ଉଠାଇ ଜଙ୍ଗଲ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ପୋଷ୍ଟ ଅନଲାଇନରେ ଦେଖାଯିବା ମାତ୍ରେ ଏହାକୁ ୩୧ ହଜାରରୁ ଅଧିକ ଥର ଦେଖାଯାଇଥିଲା । ବନ୍ୟଜନ୍ତୁ ପ୍ରେମୀମାନେ ବନ ଅଧିକାରୀଙ୍କ ସାହାସିକତାକୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଏହାକୁ ଜୀବଜନ୍ତୁ ଓ ମଣିଷ ମଧ୍ୟରେ ଏକ ଉତ୍କୃଷ୍ଟ ବନ୍ଧନ ବୋଲି କହିଛନ୍ତି ।

Leave A Reply

Your email address will not be published.