Jai Odisha
News

କ୍ୟାପିଟାଲ୍ସକୁ ହରାଇଲା କିଙ୍ଗ୍ସ

ଆଜି ଇଣ୍ଡିଅନ୍ ପ୍ରିମୀୟର ଲିଗ୍ 2024 ର ଦିତ୍ୱୀୟ ଦିନର ପ୍ରଥମ ମ୍ୟାଚରେ ମୁଂହା ମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ ଓ ପଞ୍ଜାବ କିଙ୍ଗସ୍। ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତି ନେଇଥିଲେ ଅଧିନାୟକ ଶିଖର ଧାବନ୍। ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌’ରେ ଖେଳିଥିବା ପ୍ରଥମ ମ୍ୟାଚ୍‌କୁ ଜିତି ଘରୋଇ ଦଳ ‘ପଞ୍ଜାବ କିଙ୍ଗ୍ସ’ ଚଳିତ ଆଇପିଏଲ୍‌ରେ ରାଜକୀୟ ଆରମ୍ଭ କରିଛି। ମର୍ମନ୍ତୁଦ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଦୀର୍ଘ ଦେଢ଼ବର୍ଷ ପରେ କ୍ରିକେଟ୍‌କୁ ଫେରୁଥିଲେ ଋଷଭ ପନ୍ତ । ସମସ୍ତଙ୍କ ନଜର ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କ ଉପରେ ଥିଲା। ହେଲେ ସେ ବି‌ଶେଷ କମାଲ ଦେଖାଇ ପାରି ନାହାନ୍ତି। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶାଇ ହୋପ ସର୍ବାଧିକ ୩୩ ରନ୍ ସଂଗ୍ରହ କରିଥିବା ବେଳେ ଅଭିଷେକ ପୋରେଲ ୩୨ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ ଓ ହର୍ଶଲ ପଟେଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ଜବାବରେ ପଞ୍ଜାବ ୬ ୱିକେଟ ହରାଇ ୧୯.୨ ଓଭରରେ ୧୭୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସାମ କରନ ସର୍ବାଧିକ ୬୩ ଓ ଲିଆମ ଲିଭିଂଷ୍ଟୋନ ୩୮ ରନ୍ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ସାମ ଓ ଲିଭିଂଷ୍ଟୋନଙ୍କ ଆକର୍ଷଣୀୟ ଇନିଂସ ପାଇଁ ହିଁ ପଞ୍ଜାବ ଏହି ମ୍ୟାଚରେ ବିଜୟୀ ହୋଇ ପାରିଥିଲା । ଦିଲ୍ଲୀ ପକ୍ଷରୁ ଖାଲିଲ ଅହମଦ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୪ଟି ବଲ ବାକି ଥାଇ ପଞ୍ଜାବ ବିଜୟ ହାସଲ କରିନେଇଥିଲା । ମ୍ୟାଚ ଶେଷ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । କରନଙ୍କୁ ତାଙ୍କ ଦାୟିତ୍ବସଂପନ୍ନ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

Leave A Reply

Your email address will not be published.