Jai Odisha
News

୩୦ ଜୁନ୍‌ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ

ଜୁନ୍‌ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଏନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି କରାଯାଇଛି। ୩୦ ଜୁନ୍‌ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନରହିବାକୁ କୁହାଯିବା ସହ ହେଡ୍‌କ୍ବାର୍ଟର ନଛାଡ଼ିବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ରାଜ୍ୟରେ ନୂଆ ସରକାର ଶପଥଗ୍ରହଣ ହେବ। ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ। ଏଣୁ ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ ।

Leave A Reply

Your email address will not be published.