Jai Odisha
News

ସଫଳ ହେଲା ବହୁଦିନର ସଂଘର୍ଷ : ଦୁରୁଆ ସଂମ୍ପ୍ରଦାୟକୁ ମିଳିଳା ଆଦିବାସୀ ମାନ୍ୟତା

ଦୀର୍ଘ ବର୍ଷର ସଂଘର୍ଷ ଓ ଆନ୍ଦୋଳନ ପରେ ଦୁରୁଆ ସଂପ୍ରଦାୟକୁ ମିଳିଛି ଆଦିବାସୀ ମାନ୍ୟତା । ନିଜର ଅଧିକାର ଫେରି ପାଇଛନ୍ତି ଦୁରୁଆ ସଂପ୍ରଦାୟ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ସଂପ୍ରଦାୟର ଲୋକେ ଆଦିବାସୀ ମାନ୍ୟତା ପାଇବା ପାଇଁ ବ୍ଲକସ୍ତରରୁ ଜିଲ୍ଲାସ୍ତର, ରାଜ୍ୟସ୍ତରରେ ଆନ୍ଦୋଳନ କରି ବିପଳ ହେବା ପରେ ନିର୍ବାଚନ ବି ବର୍ଜନ କରିଥିଲେ। ଶେଷରେ ଦୀର୍ଘ ବର୍ଷର ସଂଘର୍ଷ ଆଉ ଆନ୍ଦୋଳନ ପରେ ଏହି ଦୁରୁଆ ସଂପ୍ରଦାୟକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦିବାସୀ ମାନ୍ୟତା ଦିଆ ଯାଇଛି । ଏଥିପାଇଁ କୋରାପୁଟ ଜିଲ୍ଲା ବୈପାରୀଗୁଡା ଅନ୍ତର୍ଗତ ସରିଷପଦର ଠାରେ ଦେଖିବାକୁ ମିଳିଛି ଖୁସିର ଲହରୀ । ପାରମ୍ପରିକ ବାଜା ସହ ଚାଲିଛି ଗୀତ ନାଚ କରି ଉତ୍ସବ ପାଳୁଛନ୍ତି।

Leave A Reply

Your email address will not be published.