Jai Odisha
News

ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ : ଜୁନ୍ ୧ରେ ହେବ ମତଦାନ

ସାଧାରଣ ନିର୍ବାଚନ ପାଇଁ ଚାଲିଛି ଜୋର୍‌ଦାର୍ ପ୍ରସ୍ତୁତି । ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ବିଭିନ୍ନ ସମୟରେ ନିର୍ବାଚନ କମିଶନ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ରାଜ୍ୟରେ ୪ର୍ଥ ପର‌୍ୟ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର‌୍ୟ୍ୟାୟରେ ମୋଟ୍ ୬ ଲୋକସଭା ଆସନରେ ନିର୍ବାଚନ ହେବ । ଜୁନ୍ ୧ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ । ମୟୂରଭଞ୍ଜ. ବାଲେଶ୍ୱର, ଭଦ୍ରକ, ଯାଜପୁରରେ, କେନ୍ଦ୍ରପଡା ଏବଂ ଜଗତସିଂହପୁର ପାଇଁ ମତଦାନ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରର ସମସ୍ତ ବୁଥରେ ଜୁନ୍ ୧ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ। ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହେବ । ମେ ୧୪ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ୧୫ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।

Leave A Reply

Your email address will not be published.