Jai Odisha
News

ମଝି ଆକାଶରେ ଶୋଇପଡିଲେ ପାଇଲଟ

ଇଣ୍ଡୋନେସିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ଜାନୁଆରୀ ୨୫ ତାରିଖ ଦିନ କେଣ୍ଡେରୀରୁ ଇଣ୍ଡୋନେସିଆର ରାଜଧାନୀ ଜକର୍ତା ପାଇଁ ଉଡାଣ ଭରିଥିଲା ବାଟିକ୍ ଏୟାର BTK6723 ବିମାନ ଏହି ବିମାନରେ ୧୫୪ ଜଣ ଯାତ୍ରଙ୍କ ସମେତ ଚାରି ଜଣ ବିମାନ କର୍ମଚାରୀ ମଧ୍ୟ ଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି ମଝି ଆକାଶରେ ପାଇଲଟ ଅଚିନ୍ତା ନିଦରେ ଶୋଇପଡିଥିଲେ । ମିନିଟ କି ଦୁଇ ମିନିଟ ନୁହେଁ ପାଖାପାଖି ୩୦ ମିନିଟ ପର୍ଯ୍ୟନ୍ତ ଶୋଇପଡିଥିଲେ ପାଇଲଟ । ଯାହାଫଳରେ ବିମାନଟି ରୁଟ ଚେଂଚ କରିଦେଇ ଭୁଲ ବାଟରେ ପଳାଇଥିଲା । ତେବେ ବିମାନ ଉଡାଣ ଭରିବା ପୂର୍ବରୁ କୋ-ପାଇଲଟ୍ ନିଜ ପାଇଲଟ୍କୁ ପୂରାପୁରି ଆରମ କରିନଥିବା କଥା ଜଣାଇଥିଲେ। ବିମାନଟି ୩୬୦୦୦ ଫୁଟ ଉପରକୁ ପହଂଚିବା ପରେ କୋ-ପାଇଲଟ୍ଙ୍କୁ ଆରମ କରିବା ପାଇଁ କହିଥିଲେ ପାଇଲଟ୍। କୋ -ପାଇଲଟ ଙ୍କ ଶୋଇବା ଦେଖି ପାଇଲଟ ମଧ୍ୟ ଶୋଇପଡିଥିଲେ ।
ନିଦରୁ ଉଠିବା ପରେ ବିମାନଟି ଅଲଗା ରାସ୍ତାରେ ପଳାଇଯାଇଥିଲା । ଏହାପରେ ସେ ଏସସିକୁ ରେଡିଓ ସଂଚାର ମାଧ୍ୟମରେ ଫୋନ କରି ସମସ୍ୟାର ସମାଧାନ କରି ଲ୍ୟାଣ୍ଡି କରିଥିଲେ । ସୂଚନା ମୁତାବକ, ଏହି ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଉଭୟ ପାଇଲଟଙ୍କ ନାମ ପ୍ରକାଶ କରାଯାଇ ନାହିଁ, କିନ୍ତୁ ପାଇଲଟ ବୟସ ୩୨ ବର୍ଷ ଏବଂ କୋ-ପାଇଲଟଙ୍କ ବୟସ ୨୮ ବର୍ଷ ଥିବା ସୂଚନା ମିଳିଛି।

Leave A Reply

Your email address will not be published.