Jai Odisha
News

ଉଡାଣଭରିବାର ୧୦ ମିନିଟ୍‌ ମଧ୍ୟରେ କୁଆପଥର ମାଡ଼ରେ ବିମାନ କ୍ଷତିଗ୍ରସ୍ତ

ଆକାଶମାର୍ଗରେ କୁଆପଥର ମାଡ଼ରେ ବିମାନ କ୍ଷତିଗ୍ରସ୍ତ । ଭୁବନେଶ୍ୱର ବିମାନବନ୍ଦରକୁ ଏହି ବିମାନଟି ଫେରି ଆସିଛି। କ୍ଷତିଗ୍ରସ୍ତ ହୋଇଥିବା ବିମାନରେ ସମସ୍ତଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ବୁଧବାରରେ ଭୁବନେଶ୍ୱରର କିଛି ଅଂଶରେ ବର୍ଷା ହୋଇଥିଲା । ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଭିସ୍ତାରାରେ ଏକ ବିମାନର କକପିଟ୍‌ ଏବଂ ଓ୍ୱିଣ୍ଡ ସିଲ୍ଡ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଉଡାଣଭରିବାର ୧୦ ମିନିଟ୍‌ ମଧ୍ୟରେ ଏହା ହୋଇଥିଲା । ଏହି ସମୟରେ ବିମାନରେ ୧୭୦ ଜଣ ଯାତ୍ରୀ ଥିବା କଥା ଭୁବନେଶ୍ୱର ବିମାନବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ବିମାନଟି ଏହାପରେ ଭୁବନେଶ୍ୱର ବିମାନବନ୍ଦରକୁ ଫେରି ଆସିଥିଲା । ଆଉ ଏକ ବିମାନରେ ସମସ୍ତଯାତ୍ରୀକୁ ଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.