Jai Odisha
News

ଲେମ୍ବୁର ମୂଲ୍ୟ ୩୫୦୦୦ ହଜାର

ସାଧାରଣତଃ ସମସ୍ତେ ଜାଣନ୍ତି କି ଗୋଟିଏ ଲେମ୍ବୁର ମୁଲ୍ୟ ୩-୫ ଟଙ୍କା ମଧ୍ୟରେ ହୋଇଥାଏ । ଋତୁ ଅନୁସାରେ ଲେମ୍ବୁର ମୂଲ୍ୟ ବଢିଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ଲେମ୍ବୁର ଦାମ ୩୫ ହଜାର ଟଙ୍କା । ନିକଟରେ ତାମିଲନାଡୁରେ ଗୋଟିଏ ଲେମ୍ବୁ ୩୫୦୦୦ ଟଙ୍କାରେ ନିଲାମ ହୋଇଥିବାର ଖବର ସାମନାକୁ ଆସିଛି । ଏହି ଲେମ୍ବୁର ବିଶେଷତ୍ୱ ହେଉଛି ଏହା ମହାଶିବରାତ୍ରୀ ଅବସରରେ ଭଗବାନ ଶୀବଙ୍କ ଉପରେ ଚଢାଯାଇଥିଲା । କେବଳ ଲେମ୍ବୁ ନୁହଁ ଅନ୍ୟାନ୍ୟ ଫଳ ମଧ୍ୟ ନିଲାମ ହୋଥିଲା । ମନ୍ଦିରର ପୂଜାରୀ କହିଛନ୍ତି ଏହି ପ୍ରଥା ବହୁତ ପୁରୁଣା । ଇରୋଡ ରେ ଜଣେ ଭକ୍ତ ଏହି ଲେମ୍ବୁକୁ ୩୫୦୦୦ ରେ କିଣିଥିଲେ । ସବୁଠୁ ଅଧିକ ନିଲାମୀ ଡାକିଥିବା ବ୍ୟକ୍ତି ଆଗାମୀ ଦିନରେ ଧନ ଓ ସ୍ୱାସ୍ଥୂର ଆର୍ଶୀବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହା ପୂର୍ବରୁ ୨୦୧୯ ରତେ ବିଲୁପୁରମ ନିକଟବର୍ତୀ ଏକ ମନ୍ଦିରରେ ୯ ଟି ଲେମ୍ବୁ ୧.୦୩ ଲକ୍ଷରେ ବିକ୍ରି ହୋଇଥିଲା

Leave A Reply

Your email address will not be published.