Jai Odisha
News

ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଦେଲା ବଡ଼ ତଥ୍ୟ : କୋଭିସିଲ୍ଡ ନେଇଥିଲେ ହେବ ବ୍ଲଡ଼ କଟିଂ

କୋଭିଡ଼ ଦାଉରୁ ରକ୍ଷା ପାଇବା ପାଇଁ ରକ୍ଷା କବଚ ପାଲଟିଥିବା କୋଭିସିଲ୍ଡ ଏବେ ଭକ୍ଷକ ପାଲଟିଛି । ସେହି ସମୟରେ ସଞ୍ଜିବନୀ ପାଲଟିଥିବା ଏହି ଟୀକା ଏବେ ପ୍ରାଣଘାତୀ ବୋଲି ସାବ୍ୟସ୍ତ ହୋଇଛି । ଆଉ ଏହି ତଥ୍ୟ ଦେଇଛି ଖୋଦ୍ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା । କୋଭିଡ ଟିକା କାରଣରୁ ପାର୍ଶ୍ୱ ପ୍ରତିକ୍ରିୟାର ସମସ୍ତ ଦାବି ମଧ୍ୟରେ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏକ ବଡ଼ ତଥ୍ୟ ଦେଇଛି। କୋର୍ଟରେ ଉପସ୍ଥାପିତ ଦଲିଲଗୁଡିକରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ କୋଭିଡ -୧୯ ଟିକା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ, କିନ୍ତୁ ଏଭଳି ମାମଲା ସଂଖ୍ୟା ବହୁତ କମ ବୋଲି ଦାବି କରାଯାଇଛି। କୋର୍ଟରେ ଉପସ୍ଥାପିତ ଡକ୍ୟୁମେଣ୍ଟରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ କୋଭିଡ-୧୯ ଟିକା ରକ୍ତ ଜମାଟ ବାନ୍ଧିବା, ହୃଦଘାତ, ମସ୍ତିଷ୍କ ଘାତ ଭଳି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି କରିପାରେ।
। ୨୦୨୧ ଏପ୍ରିଲରେ କରୋନା ଟିକା ନେବା ପରେ ମସ୍ତିଷ୍ପର ସ୍ଥାୟୀ କ୍ଷତିଗ୍ରସ୍ତ ହେବା ପରେ ଜିମ୍ମୀ ସ୍କଟ୍‌‌ ଆଷ୍ଟ୍ରୋଜେନିକା ନାଁରେ ମାମଲା ଦାୟର କରି କ୍ଷତିପୂରଣ ପାଇଁ ଦାବି କରାଯାଇଥିଲା। ମାମଲାର ୪ବର୍ଷ ପରେ କୋର୍ଟରେ ସତ୍ୟ ମାନିଛି କମ୍ପାନୀ। କୋଭିସିଲ୍ଡ ଟିକାରୁ ଲୋକଙ୍କ ଭିତରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ ବୋଲି କମ୍ପାନୀ ସ୍ୱିକାର କରିଛି।

Leave A Reply

Your email address will not be published.