Jai Odisha
News

କିଙ୍ଗ୍ ଖାନ୍‌ଙ୍କ ସମ୍ପର୍କରେ ଏପରି କଥା ଯାହା ଆଗରୁ କେବେ ଶୁଣିନଥିବେ

ଶାହାରୁଖ ଖାନ ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ଷ୍ଟାର ହେବା ପାଇଁ ବହୁ କଠିନ ପରିଶ୍ରମ କରିଛନ୍ତି । ଦିଲ୍ଲୀର ବାସିନ୍ଦା କିଙ୍ଗ ଖାନ ଏକ ଘରେ ରୁହନ୍ତି ଯାହା ଆଗରେ ସେଲ୍‌ଫି ନେବା ପାଇଁ ପ୍ରତିଦିନ ପ୍ରଶଂସକମାନେ ଭିଡ଼ ଜମାଇଥାନ୍ତି। କିନ୍ତୁ ଦିଲ୍ଲୀ ଆସିବା ପରେ ଶାହାରୁଖ ଖାନଙ୍କ ମୁମ୍ବାଇରେ ସ୍ଥାନ ପାଇବା ସହଜ ନଥିଲା। ମାନ୍ନତରେ ରହିବା ପୂର୍ବରୁ କିଙ୍ଗ ଖାନ ନିର୍ଦ୍ଦେଶକ-ପ୍ରଡ଼୍ୟୁସରଙ୍କ ଘରେ ସମୟ ଅତିବାହିତ କରୁଥିଲେ। ଫିଲ୍ମ ରାଜୁ ବନ୍ ଗୟା ଜେଣ୍ଟେଲମ୍ୟାନ୍ ନିର୍ମାତା ବିବେକ ଭାସୱାନୀ ଏହା ପ୍ରକାଶ କରିଛନ୍ତି।
ବିବେକ ଭାସୱାନୀ ନିକଟରେ ସିଦ୍ଧାର୍ଥ କନ୍ନନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଶାହାରୁଖ ଖାନ ଖ୍ୟାତି ଅର୍ଜନ କରିବା ପରେ ମୁମ୍ବାଇରେ କିପରି ସମୟ ବିତାଉଥିଲେ। ବିବେକ ଭାସୱାନୀଙ୍କ ଅନୁଯାୟୀ, ପ୍ରଥମେ ଯେତେବେଳେ ଶାହାରୁଖ ଖାନ ଦିଲ୍ଲୀରୁ ମୁମ୍ବାଇ ଆସିଥିଲେ, ସେତେବେଳେ ସେ ଟଙ୍କା ପ୍ରତି ବହୁତ ଯତ୍ନବାନ ଥିଲେ। କିଙ୍ଗ ଖାନ ଯେତେବେଳେ ପର୍ଯ୍ୟନ୍ତ ବିବାହ କରିନଥିଲେ ସେ ରାଜୁ ବନ୍ ଗେୟା ଜେଣ୍ଟେଲମ୍ୟାନ୍ ର ନିର୍ଦ୍ଦେଶକ ଅଜିଜ ମିର୍ଜାଙ୍କ ଘରେ ଏବଂ ପରେ ବିବେକ ଭାସୱାନୀଙ୍କ ଘରେ ରହୁଥିଲେ। ବିବେକ ଭାସୱାନୀ ଏକ ଘଟଣାକୁ ମନେ ପକାଇଲେ ଯେତେବେଳେ ସେ ଏବଂ ଶାହାରୁଖ ଖାନ ଏକ ଫିଲ୍ମ ଦେଖିବାକୁ ଯାଇଥିଲେ ଏବଂ କିଙ୍ଗ ଖାନ ତାଙ୍କୁ ୧୦୦ ଟଙ୍କା ମାଗିଥିଲେ।
ବିବେକ ଭାସୱାନୀ କହିଛନ୍ତି, ଗୋଟିଏ ଦିନ ସେ କହିଲେ ମୋତେ ୧୦୦ ଟଙ୍କା ଦିଅ, ମୁଁ ବାନ୍ଦ୍ରାକୁ ଫେରିବି। କିନ୍ତୁ ଟିକେଟରେ ଏତେ ଟଙ୍କା ଖର୍ଚ୍ଚ କରିବା ପରେ ମୋ ପାକେ ୧୦୦ ଟଙ୍କା ନଥିଲା। ମୁଁ ତାଙ୍କୁ କାରରେ ବସିବାକୁ କହିଲି ଏବଂ ମୁଁ ଭାବିଲି ମୁଁ ତାଙ୍କୁ ଛାଡିଦେବି, କିନ୍ତୁ କାରରେ ପେଟ୍ରୋଲ ଅଧିକ ନଥିଲା । ତେଣୁ, ମୁଁ ତାଙ୍କୁ କହିଲି ଚାଲ ମୋ ଘରକୁ ଯିବା ଏବଂ ତୁମେ ମୋ ମା ଠାରୁ ୧୦୦ ଟଙ୍କା ଧାର୍ କରି ଟ୍ୟାକ୍ସି ନେଇ ପାରିବ । କିନ୍ତୁ ତାଙ୍କ ମା ଶୋଇଥିଲେ ତେଣୁ ଭାସୱାନୀ ଶାହାରୁଖଙ୍କୁ ତାଙ୍କ ଘରେ ରାତି ରହିବାକୁ କହିଥବଲେ । ସେହି ରାତିରୁ କିଙ୍ଗ ଖାନ ବିବାହ ପର‌୍ୟ୍ୟନ୍ତ ଦୁଇ ବର୍ଷ ପର‌୍ୟ୍ୟନ୍ତ ଭାସୱାନୀଙ୍କ ଘରେ ରହିଲେ। ବିବେକ ଭାସୱାନୀ କହିଛନ୍ତି, \’ଦୁଇ ବର୍ଷ ପରେ ଶାହାରୁଖ ଖାନ ଦେବଦତ୍ତରେ ଅଜିଜ ମିର୍ଜାଙ୍କ ଘରକୁ ଚାଲିଗଲେ ଏବଂ ସେଠାରୁ ସେ ଏକ କୋଠରୀରେ ରହିବାକୁ ଲାଗିଲେ। ଏହା ପରେ ସେ କାର୍ଟର ରୋଡରେ ଏକ ଫ୍ଲାଟ କିଣି ତା’ପରେ ମନ୍ନତ କିଣିଲେ । ଏହା ବ୍ୟତୀତ ସେ କିଙ୍ଗ୍ କାନ୍‌ଙ୍କ ସମ୍ପର୍କରେ ଅନେକ କିଛି କହିଥିଲେ ।

Leave A Reply

Your email address will not be published.