Jai Odisha
News

ଉତ୍ତମ  ସ୍ୱାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ପ୍ରଦାନ କରିବ ଏହି ଗୋଟିଏ ଫୁଲ ।

ଗଛର ଲାଲ ରଙ୍ଗର ସୁନ୍ଦର ଫୁଲ ସବୁ ଘରର ଶୋଭା ବଢ଼ାଇଥାଏ। ମନ୍ଦାର ଫୁଲ ବିଭିନ୍ନ ଦେବାବେୀଙ୍କର ମଧ୍ୟ ଅତି ପ୍ରିୟ। ଏହା ବ୍ୟତୀତ ଏହି ଗଛର ଏପରି ଅନେକ ଗୁଣ ରହିଛି ଯାହା ବିଷୟରେ ବୋଧ ହୁଏ ଆପଣମାନେ ଜାଣି ନଥିବେ। ଏହାର ଫୁଲ ଏବଂ ପତ୍ର ବ୍ୟ‍‍‍ବହାର କରିବା ଦ୍ୱାରା ଅନେକ ରୋଗରୁ ଉପଶମ ମିଲିଥାଏ। ମନ୍ଦାର ଫୁଲର ବ୍ୟବହାର ସୌନ୍ଦର‌୍ୟ୍ୟ ପାଇଁ ମଧ୍ୟ ବହୁ ଉପଯୋଗୀ ।  ମନ୍ଦାର ଫୁଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ,ଲୈାହ,ଖଣିଜ ଗୁଣ ବହୁ ରୋଗରୁ ଉପଶମ ପାଇବା ପାଇଁ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ଥାଏ ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ।

ଏହା ପୋଷକତତ୍ୱରେ ଭରପୁର ଅଟେ । ମଧୁମେହ ରୋଗୀ ମାନଙ୍କର ଉପଚାର ପାଇଁ ମନ୍ଦାର ଫୁଲର ପ୍ରୟୋଗ ହୋଇଥାଏ । କେଶ ଝଡ଼ିବା ଠାରୁ ନେଇ କେଶର ବିଭିନ୍ନ ଅସୁବିଧା ପାଇଁ ମନ୍ଦାର ଫୁଲ ପ୍ରୟୋଗ ହୋଇଥାଏ ।

ମନ୍ଦାର ଫୁଲରେ ଭିଟାମିନ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ପେଟର ବିଭିନ୍ନ ସମସ୍ୟା ଯେପରିକି ନାଳ ଅନ୍ତ କୋଷରେ ଯନ୍ତ୍ରଣା ଓ ଗ୍ୟାସ ସମସ୍ୟା ପାଇଁ ମନ୍ଦାର ଫୁଲର ପ୍ରୟୋଗ ହୁଏ ।ସେଥିପାଇଁ କିଛି ମନ୍ଦାର ଫୁଲକୁ ଉଷୁମ ପାଣିରେ ବତୁରାଇ ଏହାର ନାଳ ପ୍ରସ୍ତୁତ କରାଯାଏ । ଏହି ନାଳରେ ଗୋଟିଏ ଚାମଚ ଅଁଳା ଗୁଣ୍ଡ ମିଶାଇ ପିଇବା ଦ୍ବାରା ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।

କେଶରୁ ରୁପିର ସମସ୍ୟାକୁ ଦୂର କରିବା ପାଇଁ ମନ୍ଦାର ଫୁଲକୁ ବାଟି ସେଥିରେ ଏଲୋଭେରା ଜେଲ୍ ମିଶାଇ କେଶ ମୂଳରେ ଘଷିବା ଦ୍ବାରା ରୁପି ସମସ୍ୟା ଦୂର ହୋଇଥାଏ । ତା ସହିତ ମନ୍ଦାର ଫୁଲ ମଧ୍ୟ କେଶ ଝଡ଼ିବା ଦୂରେଇ ଥାଏ ।

ଉଚ୍ଚ ରକ୍ତଚାପ ରୋଗୀ ମାନେ ରକ୍ତଚାପରୁ ଆରାମ ପାଇବା ପାଇଁ ମନ୍ଦାର ଫୁଲ ଜୁଷ୍ ସେବନ କରନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ କିଛି ମନ୍ଦାର ଫୁଲକୁ ନେଇ ପାଣିରେ ବତୁରାଇ ରଖନ୍ତୁ ।ଏହାପରେ କିଛି ସମୟ ଯିବା ପରେ ଏହାକୁ ଚକଟି ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।

ଥଣ୍ଡା କାଶ ସମୟରେ ମନ୍ଦାର ଫୁଲର ବ୍ୟବହାର କରାଯାଏ । ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି ତେଣୁ ମନ୍ଦାର ଫୁଲରେ ପ୍ରସ୍ତୁତ ଚା ସେବନ କରି ଆରାମ ମିଳିଥାଏ ।

ସାରା ବିଶ୍ବରେ କୋଲେଷ୍ଟ୍ରାଲ ଏକ ସାଧାରଣ ସମସ୍ୟା । ମନ୍ଦାର ଫୁଲ ରସ ପ୍ରାକୃତିକ ଉପାୟରେ ଶରୀରରୁ କଲେଷ୍ଟ୍ରାଲ ସ୍ତରକୁ କମ୍ କରିଥାଏ ।

ଆମ ଦେଶରେ ଅଧିକାଂଶ ମହିଳା ଆଇରନ ଓ ରକ୍ତ ହୀନତା କାରଣରୁ ଏନିମିଆରେ ପୀଡ଼ିତା ହୋଇ ଥାଆନ୍ତି । ମନ୍ଦାର ଫୁଲରେ ଅଧିକ ମାତ୍ରାରେ ଆଇରନ ରହିଥିବା କାରଣରୁ ରକ୍ତ ହୀନତା ଅସୁବିଧାକୁ ଦୂରେଇ ଥାଏ ତେଣୁ ଆପଣ ମନ୍ଦାର ଫୁଲ ରସ ସେବନ କରନ୍ତୁ ।

Leave A Reply

Your email address will not be published.