Jai Odisha
News

ଆଜି ପାଳିତ ହେଉଛି ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ।

ଆଜି ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ। ପ୍ରତିବର୍ଷ ମେ ୩ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଏ। ଜାତିସଂଘର ସାଧାରଣ ପରିଷଦ ୧୯୯୩ ମସିହାରେ ମେ’ ୩କୁ ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଥିଲା। ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସାମ୍ବାଦିକଙ୍କ ଗୁରୁତ୍ବ କେତେ ତାହା ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳିତ ହୋଇ ଆସୁଛି। ଗଣମାଧ୍ୟମ ଓ ସାମ୍ବାଦିକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ଦିବସ ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ମୁକ୍ତ ଗଣମାଧ୍ୟମର ଆବଶ୍ୟକତା ନେଇ ଏହି ଦିବସ ବାର୍ତ୍ତା ବହନ କରିଥାଏ।

Leave A Reply

Your email address will not be published.