Jai Odisha
News

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ

ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୨୬ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟା ସୁଦ୍ଧା ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮୯ ଆସନ ପାଇଁ ଭୋଟଗ୍ରହଣ ବ୍ୟବସ୍ଥା କରାଯାଇଛି। ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଆସାମ, ବିହାର, ଛତିଶଗଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜାମ୍ମୁ-କାଶ୍ମୀର। ଏହି ପର୍ଯ୍ୟାୟ ପାଇଁ ଉକ୍ତ ଦିନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ୧୩ଟି ରାଜ୍ୟର ମତଦାତା ୧୨ ଶହ ୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ଭଳି ବହୁ ହେଭିୱେଟ୍। ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାରର ମଙ୍ଗ ଧିରିଥିବା ବେଳେ କଂଗ୍ରେସ ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.