Jai Odisha
News

ଅସହ୍ୟ କଲାଣି ତାତି : ଚଳିତବର୍ଷ ପ୍ରଥମ ଥର ପାଇଁ ୩୬ ଡ଼ିଗ୍ରୀ ଅତିକ୍ରମ କରିଛି ଦିନର ତାପମାତ୍ରା

ଭୁବନେଶ୍ୱର,୨୦/୦୨/୨୪ : ଫେବୃଆରୀ ନ ସରୁଣୁ ଅସହ୍ୟ ହେଲାଣି ଖରା । ସ୍ଥିତି ଏମିତି ହେଲାଣି କି ଏବେଠୁ ତାପମାତ୍ରା ୩୬ ପାର୍ ହେଲାଣି । ହଠାତ୍ ଗ୍ରୀଷ୍ମର ପ୍ରକୋପରେ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ଗତକାଲି ରାଜ୍ୟର ଦୁଇଟି ସ୍ଥାନର ତାପମାତ୍ରା ୩୬ ଡ଼ିଗ୍ରୀ ପାର୍ କରିଛି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଚଳିତବର୍ଷ ପ୍ରଥମ ଥର ପାଇଁ ୩୬ ଡ଼ିଗ୍ରୀ ଅତିକ୍ରମ କରିଛି ଦିନର ତାପମାତ୍ରା । ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏଥି ସହିତ ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ବଲାଙ୍ଗୀର ରେ ୩୫.୯ ଡିଗ୍ରୀ, ବୌଦ୍ଧ ରେ ୩୫.୫ ଡିଗ୍ରୀ, ଝାରସୁଗୁଡା ୩୫.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୪.୪ ଡିଗ୍ରୀ, ପାରଳାଖେମୁଣ୍ଡି ଏବଂ ସୋନପୁର ରେ ୩୪.୮, ସମ୍ବଲପୁର, ହୀରାକୁଦ ଏବଂ ମାଲକାନଗିରି ରେ ୩୪.୭, ନୟାଗଡ଼ ରେ ୩୪.୫, ରାୟଗଡା ରେ ୩୪.୨, ଅନୁଗୁଳ ୩୪.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ପ୍ରବେଶ କରୁଛି । ଏଥିପାଇଁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାତି ଆହୁରି ବଢିବ । ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ ।

Leave A Reply

Your email address will not be published.