Jai Odisha
News

ସରକାରୀ ଚାକିରିରୁ ଅବସର ନେବା ପାଇଁ ଆବେଦନର ମଞ୍ଜୁରୀ ପ୍ରଦାନ କ୍ଷେତ୍ରରେ ଭିଜିଲାନ୍ସ ମାମଲା ବାଧକ ହେବ ନାହିଁ

ଜଣେ ବ୍ୟକ୍ତି ସରକାରୀ ଚାକିରିରୁ ଅବସର ନେବା ପାଇଁ କରିଥିବା ଆବେଦନର ମଞ୍ଜୁରୀ ପ୍ରଦାନ କରିବା କ୍ଷେତ୍ରରେ ତାଙ୍କ ନାମରେ ରହିଥିବା ଭିଜିଲାନ୍ସ ମାମଲା ବାଧକ ହେବ ନାହିଁ । ବରଗଡ଼ର ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆବେଦନକାରୀଙ୍କ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର  ଆବେଦନକୁ ହାଇକୋର୍ଟ ମଞ୍ଜୁରୀ ଦେବା ସହ ଦୁଇମାସ ମଧ୍ୟରେ ପେନସନ ଓ ଅନ୍ୟାନ୍ୟ ବକେୟା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଶୁଣାଣିରେ କହିଛନ୍ତି, ଆବେଦନକାରୀଙ୍କ ନାମରେ ମାମଲା ରହିଥିଲେ ବି ଭିଜିଲାନ୍ସ କୌଣସି ଚାର୍ଜଶିଟ ଦାଖଲ କରିନଥିବା କାରଣରୁ ଓ ଅଦାଲତ କଗ୍ନିଜାନ୍ସ ଗ୍ରହଣ କରିନଥିବା କାରଣରୁ ତାଙ୍କ ନାମରେ କୌଣସି ପ୍ରୋସିଡିଂ ବିଚାରାଧୀନ ରହିଛି ବୋଲି କୁହାଯାଇ ପାରିବ ନାହିଁ । ଓଡ଼ିଶା ପେନସନ ନିୟମାବଳୀର ଧାରା ୪୨(୨) ଅନୁସାରେ ଜଣେ ସରକାରୀ କର୍ମଚାରୀ ଭିଆରସ ନେବା ପାଇଁ ୩ ମାସ ପୂର୍ବରୁ ଆବେଦନ କରିପାରିବେ । ଏହି ସମୟ ମଧ୍ୟରେ ଉକ୍ତ ଆବେଦନକୁ ମଞ୍ଜୁର ପ୍ରଦାନ କରାଯିବ ବା ଖାରଜ କରାଯିବ । ଯଦି ସେପରି କିଛି କରାନଯାଏ, ତେବେ ତାହାକୁ ମଞ୍ଜୁରୀ ଦିଆଗଲା ବୋଲି ଧରିନିଆଯିବ ବୋଲି ନିୟମ ରହିଥିବା ହାଇକୋର୍ଟ କହିଛନ୍ତି ।

Leave A Reply

Your email address will not be published.