Jai Odisha
News

VSSUTରେ ପୁଣି ରାଗିଂ ଅଭିଯୋଗ

ସମ୍ବଲପୁର ,୦୭।୦୩ :   ଭିସୁଟରେ ରାଗିଂ ଅଭିଯୋଗ । ବିଶ୍ୱବିଦ୍ୟାଳୟର ଜୁନିୟର ଛାତ୍ରମାନେ ସିନିୟରଙ୍କ ରାଗିଂର ଶିକାର ହୋଇଥିବା ଜଣାପଡ଼ିଛି । ସିନିୟରମାନେ ଜୁନିୟରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୋବାଇଲ ଭାଙ୍ଗିଦେଇଥିବା ଛାତ୍ରାବାସର ୱାର୍ଡେନଙ୍କ ନିକଟରେ ଅଭିଯୋଗ ହୋଇଛି ।  ଭିଡିଓ ଥିବାରୁ ମୋବାଇଲ ଭାଂଗିଲେ ସିନିୟର ଛାତ୍ର ।ଏହାସହିତ ହଷ୍ଟେଲ ବାହାରକୁ ଡାକି ମାଡ ମାରିଥିବାର ଅଭିଯୋଗ ହୋଇଛି । ଭିସିଙ୍କ ନିକଟରେ ଅଭିଯୋଗ କରିବେ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟର କ୍ରତୁଃ ଛାତ୍ରାବାସରେ ଦ୍ୱିତୀୟ ବର୍ଷର ଛାତ୍ରମାନେ ରହୁଥିବା ବେଳେ ଅତ୍ରିରେ ତୃତୀୟ ବର୍ଷର ଛାତ୍ର ରହୁଛନ୍ତି । ଶନିବାର ରାତିରେ ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଛାତ୍ର ଫୋନ୍‌ କରିଥିଲେ । ତୁରନ୍ତ ଉକ୍ତ ଛାତ୍ରମାନଙ୍କୁ ଅତ୍ରି ହଷ୍ଟେଲ୍‌କୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ଛାତ୍ରଙ୍କ ନିର୍ଦ୍ଦେଶମାନି ଏହି ୩ ଜଣ ଛାତ୍ର ଅତ୍ରି ଛାତ୍ରାବାସକୁ ଯାଇଥିଲେ । ସେଠାରେ ଏହି ୩ ଛାତ୍ରଙ୍କୁ ବରିଷ୍ଠ ଛାତ୍ରମାନେ ଅଣ୍ଠେଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । କନିଷ୍ଠ ଛାତ୍ରମାନେ ଏହାକୁ ବିରୋଧ କରିବାରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତେବେ ଛାତ୍ରମାନେ ତୁରନ୍ତ ଯେଭଳି ଅଭିଯୋଗ କରିନପାରିବେ ସେହି ଉଦ୍ଦେଶ୍ୟରେ ସେମାନଙ୍କ ମୋବାଇଲ୍‌ ଡାଟାକୁ ଡିଲିଟ୍‌ କରିବା ପରେ ମୋବାଇଲ୍‌ ମଧ୍ୟ ଭାଙ୍ଗି ଦିଆଯାଇଥିବା ନେଇ ଜନୈକ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଛାତ୍ରମାନେ ସେଠାରୁ ଫେରିଥିଲେ । ସକାଳୁ ହଷ୍ଟେଲ୍‌ ୱାର୍ଡେନ୍‌ ଅନୁପସ୍ଥିତ ଥିବାରୁ ତାଙ୍କୁ ଫୋନ୍‌ ଯୋଗେ ଉକ୍ତ ଛାତ୍ରମାନେ ଅବଗତ କରିଥିଲେ ।

Leave A Reply

Your email address will not be published.