Jai Odisha
News

କାହିଁକି ବିଜେଡି ମେଂଟ କରିବାକୁ ଆଗ୍ରହୀ

1- କାହିଁକି ବିଜେଡି ମେଂଟ କରିବାକୁ ଆଗ୍ରହୀ
2- ୨୫ ବର୍ଷ ଶାସନ ମଧ୍ୟରେ କଣ ପାଇଁ ଆବଶ୍ୟକ ପଡିଲା ବିଜେଡିର ମେଂଟ
3- କାହିଁକି ବିଜେଡି ମିଶିବାକୁ ଚାହୁଁଛି ବିଜେପି
ସବୁଆଡେ ମେଂଟକୁ ନେଇ ଚର୍ଚ୍ଚା । କାହିଁକି ବିଜେଡି ମିଶିବାକୁ ଚାହୁଁଛି ବିଜେପି ସହ । ୨୫ ବର୍ଷ ଶାସନ ମଧ୍ୟରେ କଣ ପାଇଁ ଆବଶ୍ୟକ ପଡିଲା ବିଜେଡିର ମେଂଟ । ଏହା ଭିତରେ କିଛି ଭିତିରିଆ କଥା ଲୁଚି ରହିନି ତ । ଦୁଇ ଦଳର ନେତା ଏବେ ଭାରି ଚର୍ଚ୍ଚାରେ । କିନ୍ତୁ ଏହି ପ୍ରସଙ୍ଗ ଉପରେ ପରଦା ହଟାଇଛନ୍ତି NDTV ବରିଷ୍ଠ ସାମ୍ବାଦିକ ଅମିତାଭ ତିୱାରୀ। ସେମାନଙ୍କ ମତ ଅନୁସାରେ ମୋଦିଙ୍କ ଲୋକପ୍ରିୟତା ଏବେ ସାରା ଦେଶରେ ବଢିବାରେ ଲାଗିଛି । ମୋଦୀଙ୍କୁ କଣ ଟକ୍କର ଦେବା ପାଇଁ ଅସମର୍ଥ କି ବିଜେଡି ଦଳ । ନିର୍ବାଚନ ପୂର୍ବରୁ ଯଦି NDA ନ ମିଶିଲେ ବିଜେଡି ଦଳ ତେବେ ବିଜେଡିର ଲୋକପ୍ରିୟତା କମିଯିବ କି ? ଆସନ୍ତା ମାସରେ ହେବ ରାଜ୍ୟସଭା ସଂଖ୍ୟା ଗରିଷ୍ଠ ହୋଇପାରେ NDA ମେଣ୍ଟ । ତେବେ ମୋଦି ସରକାର ଗୁରୁତ୍ୱପୂର୍ଣ୍ଣ ବିଲ ପାର କରିବାକୁ ବିଜେଡିକୁ ଡାକି ନ ପାରନ୍ତି ବୋଲି ଅମିତାଭ କହିଛନ୍ତି । ଯାହାଫଳରେ ବିଜେଡିର ଗୁରୁତ୍ୱ କମିଯିବ । ପୂର୍ବତନ ଆଇଏସ ପାଣ୍ଡିଆନକୁ ନବୀନ ଦାୟିତ୍ୱ ଦେବେ ବୋଲି ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ଯଦି ମେଣ୍ଟ ନ ହୁଏ ପାଣ୍ଡିଆନ୍ ବିରୋଧୀଙ୍କୁ ମେଳ କରି ବିଜେପି ସରକାର ଗଠନ କରିବାକୁ ଚେଷ୍ଟା କରିପାରେ । ମେଂଟ ହେଲେ ନବୀନ ପଟ୍ଟନାୟକ ପୁଣି ଥରେ ନିଦ୍ୱନ୍ଦ୍ୱରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିପାରିବେ ।ମୋଦିଙ୍କ ଝଟକାରେ ଆଂଚଳିକ ଦଳର ନେତାମାନଙ୍କ ଝାଳ ବାହାରିଗଲାଣି । ଭିକେ ପାଣ୍ଡିଆନ ଅଣ ଓଡିଆ ହୋଇଥିବାରୁ ବିରୋଧି ଦଳ ତାଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ଦୁର୍ବଳ ହେଉଥିବା କେନ୍ଦ୍ରୀୟ ନେତୃତ୍ବ ଏ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ସେପଟେ ବିଜେପି ପ୍ରତି ସାରାଦେଶରେ ଜନ ସମର୍ଥନ ବଢୁଥିବା ବେଳେ କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶାରେ ବିଜେଡି ସହ ମେଣ୍ଟ କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.