Jai Odisha
News

ଚିନ୍ତା ବଢ଼ିଲା ରିପୋର୍ଟ :ରାଜ୍ୟରେ ୪ ବର୍ଷରେ ୧୯୨ କଲରାପତରିଆ ଉଭାନ

ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ବଢ଼ିଥିବା ବେଳେ, ଓଡ଼ିଶାରେ କମୁଥିବା ସୂଚନା ରହିଛି । ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ ସଂଖ୍ୟା ଥିଲା । ଏହାର ଅର୍ଥ ହେଉଛି, ୧୯୨ କଲରାପତରିଆ ଏ ଭିତରେ ଉଭାନ ହୋଇ ଯାଇଛନ୍ତି ।

ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା NTCAର ଷ୍ଟାଟସ୍ ଅଫ୍ ଲିଓପାର୍ଡସ୍ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟରୁ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଘନ ଘନ ବାଘ ଛାଲ ଜବତ ବି ଏକଥାକୁ ପ୍ରମାଣିତ କରୁଛି । ୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ । ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି । ତେବେ ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ୨୦୧୮ର ୧୨ ହଜାର ୮୫୨ ରେକର୍ଡ ହୋଇଥିବା ବେଳେ, ୨୦୨୨ରେ ଏହା ୧୩ ହଜାର ୮୭୪କୁ ବୃଦ୍ଧି ପାଇଛି । ଅର୍ଥାତ୍‌, ଦେଶରେ ୪ବର୍ଷରେ ୯୮୨ କଲରାପତରିଆ ବଢ଼ିଛନ୍ତି । ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ଭାରତରେ ସର୍ବଧିକ ୮୮୨୦ ବାଘ ରହିଥିବା ବେଳେ ପଶ୍ଚିମାଘାଟରେ ୩୫୯୬, ଶିବାଲିକ୍‌ ରେଞ୍ଜ୍‌ରେ ୧୧୦୯ ଓ ଉତ୍ତର-ପୂର୍ବାଞ୍ଚଳରେ ୩୪୯ କଲରାପତରିଆ ବାଘ ରହିଥିବା ଜଣାପଡିଛି ।

Leave A Reply

Your email address will not be published.